ETV Bharat / city

କୋଟିପତି ASP ତ୍ରିନାଥ ମିଶ୍ର କୋର୍ଟ ଚାଲାଣ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ ।ତେବେ ତ୍ରିନାଥ ତାଙ୍କ ଆୟ ଠାରୁ ୫ଶହ ପ୍ରତିଶତ ଅଧିକ ଆୟ କରିଥିଲେ । ଅଧିକ ପଢନ୍ତୁ

କୋର୍ଟ ଚାଲଣ ହେଲେ କୋଟିପତି ASP ତ୍ରିନାଥ ମିଶ୍ର

author img

By

Published : Feb 16, 2022, 6:07 PM IST

Updated : Feb 16, 2022, 6:19 PM IST

କଟକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ତେବେ ତ୍ରିନାଥ ତାଙ୍କ ଆୟ ଠାରୁ ୫ଶହ ପ୍ରତିଶତ ଅଧିକ ଆୟ କରିଥିଲେ । ଏହାକୁ ନେଇ ତାଜୁବ ହୋଇ ଯାଇଥିଲା ଭିଜିଲାନ୍ସ ବିଭାଗ ।

ଅନ୍ୟପଟେ ପାଖାପାଖି ୮ କୋଟି ୬୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏହା ସହ ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଏଥିସହ ଦାମୀ କାର, ବାଇକ, କୋଠା, ଫାର୍ମ ହାଉସ, ନର୍ସିଂ ହୋମ, ଔଷଧ ପ୍ରସ୍ତୁତି ୟୁନିଟ, ଟ୍ରାନ୍ସପୋର୍ଟ ସଂସ୍ଥା, ଫ୍ଲାଟ୍ ରଖିଥିଲେ ତ୍ରିନାଥ ମିଶ୍ର । ପଦର ଅପବ୍ୟବହାର କରି ଏଭଳି ଅମାପ ସମ୍ପତ୍ତିର ଅଧିକାରୀ ହୋଇଥିଲେ ତ୍ରିନାଥ ବୋଲି ଭିଜିଲାନ୍ସ କହିଛି ।

କୋଟିପତି ASP ତ୍ରିନାଥ ମିଶ୍ର କୋର୍ଟ ଚାଲାଣ

ମାତ୍ର ତ୍ରିନାଥଙ୍କ ଏହି କାରନାମାରେ ପୁରା ପରିବାର ସାମିଲ ଥିଲେ । ଏପଟେ ଏ ସମ୍ପର୍କରେ ଭିଜିଲାନ୍ସ ଆଭିମୁଖ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା । ଗତ ଦେଢ଼ ମାସ ଭିତରେ ଦୁର୍ନୀତି ମାମଲାରେ ୩୧ ଜଣ ଦୁର୍ନୀତି ଖୋର୍ ସରକାରୀ ବାବୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଚାରି ଜଣ କ୍ଲାସ- ୧ ଅଧିକାରୀ ରହିଛନ୍ତି । ରାଜ୍ୟରେ ଦୁର୍ନୀତିକୁ ଅଟକାଇବା ପାଇଁ ଭିଜିଲାନ୍ସ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 16, 2022, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.