ETV Bharat / city

କଟକରେ ହୋଇନପାରେ ଏସିଆନ ରୋଇଂ ଚମ୍ପିଆନସିପ୍‌

author img

By

Published : Jul 16, 2020, 1:34 PM IST

କଟକରେ ହୋଇନପାରେ ଏସିଆନ ରୋଇଂ ଚମ୍ପିଆନସିପ୍‌ । ଚମ୍ପିଆନସିପ୍‌ ପାଇଁ ଦାଉ ସାଜିଛି ବସ୍ତିବାସିନ୍ଦାଙ୍କ ଥଇଥାନ । ଶୁଣୁନି ପ୍ରଶାସନ । ଚିନ୍ତାରେ ରାଜ୍ୟ ରୋଇଂ ସଙ୍ଘର କର୍ମକର୍ତ୍ତା । ଅଧିକ ପଢନ୍ତୁ...

କଟକରେ ହୋଇନପାରେ ଏସିଆନ ରୋଇଂ ଚମ୍ପିଆନସିପ୍‌
କଟକରେ ହୋଇନପାରେ ଏସିଆନ ରୋଇଂ ଚମ୍ପିଆନସିପ୍‌

କଟକ: ଏସସିବି ମେଡିକାଲ ଉନ୍ନତିକରଣ ପାଇଁ ଚାଲିଥିବା ଯୋଜନାରେ ଆସିଛି ସାଇଡ ଇଫେକ୍ଟ । ଉଚ୍ଛେଦ ପରେ ନଦୀ ପଠାରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ନେଇ ଏବେ ପ୍ରଶ୍ନ ଉଠାଇଛି ରାଜ୍ୟ ରୋଇଂ ସଂଘ । କାରଣ ଆସନ୍ତା ବର୍ଷ ଜଗତପୁରରେ ହେବାକୁ ଥିବା ଏସିଆନ ରୋଇଂ ଚମ୍ପିଆନସିପ୍‌ ଏଥିଲାଗି ନହେବାର ସଂଶୟ ଦେଖାଦେଇଛି ।

କଟକରେ ହୋଇନପାରେ ଏସିଆନ ରୋଇଂ ଚମ୍ପିଆନସିପ୍‌

ଜଗତପୁର ନଦୀ କୂଳରେ ରହିଛି ସାଇ ଜଳକ୍ରୀଡା କେନ୍ଦ୍ର । ଏଠାରୁ ତିଆରି ହୋଇଛନ୍ତି ରାଜ୍ୟ ଓ ଦେଶର ଅନେକ ପ୍ରତିଭା । ଯେଉଁଥିପାଇଁ ଏଠାରେ ହିଁ ଏସିଆନ ରୋଇଂ ଚମ୍ପିଆନସିପ୍‌ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ରୋଇଂ ଚମ୍ପିଆନସିପ୍‌ ହେବ କି ନାହିଁ ତାହା ଏବେ ସନ୍ଦେହ ଘେରରେ ।

କାରଣ କେନ୍ଦ୍ରକୁ ଲାଗି ଏସସିବି ଉନ୍ନତିକରଣ ପାଇଁ ଉଠାଯାଇଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଇଛି । ଫଳରେ ସଙ୍କଟରେ ପଡିଛି ସାଇ ଜଳକ୍ରୀଡା କେନ୍ଦ୍ର ଓ ଆସନ୍ତା ବର୍ଷ ହେବାକୁ ଥିବା ଏସିଆନ ରୋଇଂ ଚମ୍ପିଆନସିପ୍‌ । ଯାହା ରାଜ୍ୟ ରୋଇଂ ସଙ୍ଘର କର୍ମକର୍ତାଙ୍କୁ ନିରାଶ କରିଛି ।

ଚଳିତ ବର୍ଷ ଏଠାରେ 50 ଜଣ କ୍ରୀଡାବିତ୍‌ ପ୍ରଶିକ୍ଷଣ ନେଉଥିବାବେଳେ ବସ୍ତିବାସିନ୍ଦାଙ୍କ ଥଇଥାନ ସେମାନଙ୍କ ପାଇଁ କାଳ ସାଜିଛି । ଏନେଇ ସଂଘ ପକ୍ଷରୁ ସିଏମସି ତଥା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ସେପଟେ ରୋଇଂ କ୍ରୀଡା ପାଇଁ 70 ରୁ 100 ଫୁଟ ସ୍ଥାନ ଛଡାଯିବ ବୋଲି ସିଏମସି କମିଶନର କହି ଆଶାର କିରଣ ସୃଷ୍ଟି କରିଛନ୍ତି ।

ଗୋଟେପଟେ ଏସସିବିର ଉର୍ଣ୍ଣତିକରଣ ସ୍ବପ୍ନ ଓ ଅନ୍ୟପଟେ ରୋଇଂ କ୍ରୀଡାର ଭାଗ୍ୟ । ତେବେ ଦେଖିବାକୁ ବାକି ରହିଲା କ୍ରୀଡାର ହାର୍ଟବିଟ ବୋଲାଉଥିବା ଓଡିଶା ସରକାର ଏହି ଦିଗରେ କେତେ ତତ୍ପରତା ଦେଖାଉଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.