ETV Bharat / city

କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା

author img

By

Published : May 6, 2022, 1:29 PM IST

Updated : May 6, 2022, 1:37 PM IST

କ୍ରାଇମବ୍ରାଞ୍ଚର ନୂଆ ADG ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲ ଅରୁଣ ବୋଥ୍ରା

କଟକ: ନୂଆ ଦାଇତ୍ୱ ନେଲେ ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚର ନୂଆ ADG ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅରୁଣ ବୋଥ୍ରା । ୧୯୯୬ ମସିହା ବ୍ୟାଚ IPS ଅଧିକାରୀ ହେଉଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି । କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବୋଥ୍ରା। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଅରୁଣ ବୋଥ୍ରାଙ୍କୁ ନୂତନ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି ।

ରାଜ୍ୟରେ ଅପରାଧର ସ୍ଥିତି ନିୟନ୍ତ୍ରଣରେ ରହିଛି । ସମସ୍ତଙ୍କ ସହଭାଗୀତାରେ କାର୍ଯ୍ୟ କରାଯିବ । ଅପରାଧିକ ମାମଲାରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରେଇବା ହେଉଛି ପ୍ରଥମ କର୍ତ୍ତବ୍ୟ । ବର୍ତ୍ତମାନ ସାଇବର ଅପରାଧ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଲୋକଙ୍କୁ ଅଧିକ ସଚେତନ କରାଯିବ । କ୍ରାଇମବ୍ରାଞ୍ଚରେ ପଡ଼ି ରହିଥିବା ପୁରୁଣା ମାମଲାର ମଧ୍ୟ ତୁରନ୍ତ ତଦନ୍ତ କରାଯିବ ବୋଲି କହିଛନ୍ତି ବୋଥ୍ରା । ଏହା ସହିତ ନୂଆ ଦାୟିତ୍ବ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କିଛି ଦିନ ତଳେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ ରାଜ୍ୟ ସରକାର । କଟକ ଓ ଭୁବନେଶ୍ୱର ଡିସିପି ମଧ୍ୟ ବଦଳିଛନ୍ତି । କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ । ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗର ଡିଜି ଦାୟିତ୍ବ ମିଳିଥିବାବେଳେ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚର ଏଡ଼ିଜି ଦାୟିତ୍ବ ମିଳିଛି ।

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଅରୁଣ ବୋଥ୍ରା ଚର୍ଚ୍ଚାକୁ ଆସିଥିଲେ । ଏସଆଇଟି ମୁଖ୍ୟ ଭାବେ ତାଙ୍କୁ ନିୟୋଜିତ କରାଯାଇଥିଲା । ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିବା ପରେ ବିବାଦ ଘେରକୁ ଆସିଥିଲେ ଅରୁଣ ବୋଥ୍ରା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 6, 2022, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.