ETV Bharat / city

ଅନୁଭବ-ବର୍ଷା ପାରିବାରିକ ମାମଲା: ଅଗଷ୍ଟ ୧୦ରେ ପରବର୍ତ୍ତୀ ଶୁଣାଣୀ

ପରିବାର ଅଦାଲତରେ ବର୍ଷା ଅନୁଭବ ବିବାଦ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟକୁ ଆସିଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଓକିଲ ଅନୁପସ୍ଥିତ ରହିବାରୁ ହୋଇପାରିଲାନି ଜେରା । ଅନୁଭବଙ୍କ ପକ୍ଷର ସାକ୍ଷ୍ୟ ଗ୍ରହଣ ଶେଷ । ପରବର୍ତ୍ତୀ ଶୁଣାଣୀରେ ବର୍ଷାଙ୍କ ପକ୍ଷର ସାକ୍ଷ୍ୟ ଗ୍ରହଣ ହେବ । ଅଧିକ ପଢନ୍ତୁ

ଅନୁଭବ-ବର୍ଷା ପାରିବାରିକ ମାମଲା: ଅଗଷ୍ଟ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣୀ

author img

By

Published : Jul 11, 2022, 9:23 PM IST

କଟକ: କଟକ ପରିବାର ଅଦାଲତରେ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ବିବାଦ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଆଜି କୋର୍ଟରେ ଉପସ୍ଥିତ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ପ୍ରତିପକ୍ଷ ଓକିଲ ଅର୍ଥାତ ବର୍ଷାଙ୍କ ଆଇନଜୀବୀ ତାଙ୍କୁ ଜେରା କରିବା କଥା । କିନ୍ତୁ କୋର୍ଟରେ ବର୍ଷାଙ୍କ ଆଇନଜୀବୀ ଅନୁପସ୍ଥିତ ରହିବାରୁ ଅନୁଭବଙ୍କୁ ଜେରା ହୋଇ ପାରିଲା ନାହିଁ ।

ଅନୁଭବ-ବର୍ଷା ପାରିବାରିକ ମାମଲା: ଅଗଷ୍ଟ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣୀ

ଅନୁଭବଙ୍କ ପକ୍ଷର ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ ଅନୁଭବଙ୍କ ପକ୍ଷରୁ ଏକ ପିଟିସନ ଦାୟର କରାଯାଇଛି । ଏହାକୁ ଗ୍ରହଣ କରି ପରିବାର ଅଦାଲତ ଅନୁଭବଙ୍କ ପକ୍ଷର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ କରିଛନ୍ତି । ଏହାସହ ପରବର୍ତ୍ତୀ ଶୁଣାଣୀରେ ବର୍ଷାଙ୍କ ପକ୍ଷର ସାକ୍ଷ୍ୟ ଗ୍ରହଣ ହେବ ବୋଲି କୋର୍ଟ କହିଛନ୍ତି । ପରବର୍ତ୍ତୀ ତାରିଖରେ ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ ।

କଟକ ପରିବାର ଅଦାଲତରେ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସକ୍ଷ୍ୟ ଦେବା ନିମନ୍ତେ ଅନୁଭବ ମହାନ୍ତି ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଏହି ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଥିଲା । ଅନ୍ୟପଟରେ ସୋସିଆଲ ମିଡିଆରେ ଅନୁଭବଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ହାଇକୋର୍ଟ କେହି କାହାରି ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଏହି ମାମଲା ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣୀ ହେବାକୁ ଥିବା ବେଳେ ମାମଲାଟି ଜଣିକିଆ ଖଣ୍ଡପୀଠରେ ହେବ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲା ହାଇକୋର୍ଟଙ୍କ ସାପ୍ତାହିକ ଲିଷ୍ଟରେ ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଚଳିତ ସପ୍ତାହରେ ଏହାର ଶୁଣାଣୀ ହେବ ବୋଲି ଆଶା ରହିଛି । ଅନ୍ୟପଟରେ ଛାଡପତ୍ର ମାମଲାଟିର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଅଗଷ୍ଟ ୧୦ ତାରିଖରେ ହେବ ବୋଲି ପରିବାର ଅଦାଲତ ଧାର୍ଯ୍ୟ କରିଛନ୍ତି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.