କଟକ: ସହରରେ ଥିବା ତେଲୁଗୁ ସମ୍ପ୍ରଦାୟଙ୍କ ଶ୍ମଶାନ ଭୂମିକୁ ନେଇ ଜାରି ରହିଛି ବାଦ ବିବାଦ । ସହରକୁ ଉନ୍ନତି କରିବା ପାଇଁ ଯୋଜନା କରାଯାଇଥିବା ବେଳେ ସେହି ମଧ୍ୟରେ ଆସୁଛି ତେଲୁଗୁ ସମ୍ପ୍ରଦାୟଙ୍କ ପୂର୍ବପୁରୁଷ ଧରି ରହିଥିବା ଶ୍ମଶାନ ଭୂମି । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ତେଲୁଗୁ ସମ୍ପ୍ରଦାୟ ବାସିନ୍ଦା ।
ସେପଟେ ଏହାରି ଭିତରେ ଜିଲ୍ଲାପାଳ ଦେଇଛନ୍ତି ଅଭୟବାଣୀ । ଖୁବ ଶୀଘ୍ର ସିଏମସି ଜରିଆରେ ତେଲୁଗୁ ସମ୍ପ୍ରଦାୟଙ୍କୁ ଅନ୍ୟତ୍ର ସ୍ଥାନ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଯାହାକୁ ନେଇ କିଛି ମାତ୍ରାରେ ଆସ୍ବସ୍ତି ହୋଇଛନ୍ତି ବାସୀନ୍ଦା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ