ETV Bharat / city

କଟକରେ ଆଉ ଏକ କୋଭିଡ ହସ୍ପିଟାଲ, 150 ଶଯ୍ୟାର ବ୍ୟବସ୍ଥା

କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆଉ ଗୋଟିଏ କୋଭିଡ ହସ୍ପିଟାଲ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

Another Covid Hospital in Cuttack
କଟକରେ ଆଉ ଏକ କୋଭିଡ ହସ୍ପିଟାଲ
author img

By

Published : Aug 19, 2020, 6:08 PM IST

କଟକ: କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆଉ ଗୋଟିଏ କୋଭିଡ ହସ୍ପିଟାଲ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଜଗତପୁରରେ ଥିବା ସଦଗୁରୁ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ପାଇଁ ଅନୁମତି ମିଳିଛି ।

କଟକରେ ଆଉ ଏକ କୋଭିଡ ହସ୍ପିଟାଲ, 150ଟି ଶଯ୍ୟାର ବ୍ୟବସ୍ଥା

ଏହି ହସ୍ପିଟାଲରେ ୧୫୦ଟି ଶଯ୍ୟା ରହିବା ସହ ୨୦ଟି ଆଇସିୟୁର ବ୍ୟବସ୍ଥା ରହିଛି । ତେବେ କଟକ ସହରରେ ପୂର୍ବରୁ କେବଳ ଅଶ୍ବିନୀ ହସ୍ପିଟାଲରେ କୋଭିଡ ଚିକିତ୍ସା କରାଯାଉଥିଲା । ସେଠାରେ ପୂର୍ବରୁ ୧୫୦ଟି ଶଯ୍ୟା ରହିଥିଲାବେଳେ ଆହୁରି ୫୦ଟି ବେଡ଼ ବୃଦ୍ଧି କରାଯାଇଛି । ଅର୍ଥାତ ଅଶ୍ବିନୀରେ ବର୍ତ୍ତମାନ ୨୦୦ ଶଯ୍ୟାରେ କୋଭିଡ ରୋଗୀଙ୍କ ଚିକିତ୍ସା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି କଟକ ସହରରେ ୮ଟି କୋଭିଡ କେୟାର ସେଣ୍ଟର ରହିଥିବା କଟକ ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.