କଟକ: ସିଲିଭର ସିଟିରେ ଅଧିକରୁ ଅଧିକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି । ଯୋବ୍ରା ଆନିକଟ ଆତ୍ମହତ୍ୟା ପଏଣ୍ଟ ସାଜିଛି । ଯାହା କଟକର ଐତିହ୍ୟ ଉପରେ ଖରାପ ପ୍ରଭାବ ପକାଇଛି । ଏ ଦିଗରେ ଲୋକମାନଙ୍କର ସଚେତନତାର ଅଭାବ ରହିଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
ଗତ ତିନିମାସ ମଧ୍ୟରେ କଟକ ଯୋବ୍ରା ଆନିକଟରେ ଅନେକ ଲୋକ ଆତ୍ମହତ୍ୟା କରି ଜୀବନ ହାରିଥିବା ନଜରକୁ ଆସିଛି । ଏ ଦିଗରେ ପ୍ରଶାସନକୁ ଭୁଲ ଦେବାର କିଛି କାରଣ ନାହିଁ । ଏ ଦିଗରେ ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
ମଣିଷ ଏହି ସ୍ଥାନର ଅପବ୍ୟବହାର କରୁଛି । ସବୁ ସ୍ଥାନରେ ପ୍ରଶାସନ ଜଗିବା କଷ୍ଟ । ମଣିଷକୁ ବଦଳିବା ଦରକାର । ମଣିଷ ବଦଳିଲେ ହିଁ କୁତ୍ସିତ ଚିନ୍ତାଧାର ବଦଳିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ