ETV Bharat / city

ତାଇକୋଣ୍ଡୋରେ କାଂସ୍ୟ ପଦକ ହାସଲ କଲେ କୁନି ଅନିକା - ତାଇକୋଣ୍ଡ ଚମ୍ପିଆନ ଅନିକା ବାଗେଡିଆ

ରାଜ୍ୟ ପାଇଁ ଗୌରବ ଆଣିଲେ କଟକର ପାଞ୍ଚ ବର୍ଷର କୁନି ଝିଅ ଅନିକା ବାଗେଡ଼ିଆ । ଅନଲାଇନ ଓପେନ ନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି ଅନିକା । ଅଧିକ ପଢ଼ନ୍ତୁ...

ତାଇକୋଣ୍ଡରେ କାଂସ୍ୟ ପଦକ ହାସଲ କଲେ କୁନି ଅନିକା

author img

By

Published : Sep 29, 2021, 9:22 PM IST

କଟକ: କଅଁଳ ବୟସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଲେ କଟକର କୁନି ଅନିକା । ଅନଲାଇନ ଓପେନ ନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି ୫ ବର୍ଷର କୁନି ଝିଅ ଅନିକା ବାଗେଡ଼ିଆ । ଚିଲ୍‌ଡ୍ରେନ-୧ କାଟାଗୋରୀରେ ଏହି ପଦକ ହାସଲ କରିଛନ୍ତି ଅନିକା ।

ତାଇକୋଣ୍ଡରେ କାଂସ୍ୟ ପଦକ ହାସଲ କଲେ କୁନି ଅନିକା

ଆଜିକାଲି ବିଭିନ୍ନ ଘଟଣାକୁ ଦୃଷ୍ଟିରେ ରଖି ଝିଅକୁ ତାଇକୋଣ୍ଡ ଶିକ୍ଷା ଦେବାକୁ ସ୍ଥିର କରିଥିଲେ ଆନନ୍ଦ ଓ ସିଲିକ୍‌ ବାଗେଡ଼ିଆ । ଅନିକା ତାଇକୋଣ୍ଡୋ ସହ ପାଠପଢ଼ା ଓ ଚିତ୍ରାଙ୍କନରେ ବି ମାହିର । ଟିଭି ଓ ଇଣ୍ଟରନେଟରୁ ଅନିକା ତାଇକୋଣ୍ଡୋର ସମସ୍ତ ଭିଡିଓ ଦେଖି ଏଥିପ୍ରତି ଆକର୍ଷିତ ହୋଇଥିଲେ । ସେପଟେ ଆତ୍ମରକ୍ଷା ପାଇଁ ଝିଅକୁ ତାଇକୋଣ୍ଡୋ ଟ୍ରେନିଂ ଦେବାକୁ ନିଷ୍ପତ୍ତି ନେଇଥିଲେ ବାପାମାଆ । ପ୍ରାୟ ଏକ ବର୍ଷ ହେଲା ତାଇକୋଣ୍ଡୋ ତାଲିମ୍‌ ନେଇ ଆସୁଥିଲେ ଅନିକା । ଯାହାର ଫଳ ଆଜି ତାଙ୍କୁ ମିଳିଛି ।

କୋରୋନା ମହାମାରୀ ସମୟରେ ସ୍କୁଲ୍‌ ବନ୍ଦ ଥିବାରୁ ଅନଲାଇନ କ୍ଲାସ କରୁଛନ୍ତି ଅନିକା । ଏହାପରେ ପ୍ରତିଦିନ ଏକ ଘଣ୍ଟା ତାଇକୋଣ୍ଡୋ ଶିକ୍ଷାରେ ଏକ ଘଣ୍ଟା ବିତାଇ ଥାଆନ୍ତି । ସୋସିଆଲ ମିଡିଆରୁ ଅନଲାଇନ୍‌ ଓପେନ ନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍‌ ବିଷୟରେ ଜାଣିବାକୁ ପାଇଥିଲେ ଅନିକାଙ୍କ ମାଆ ସିଲିକ୍‌ ବାଗେଡିଆ । ଏହାକୁ ନେଇ ସେ ଅନିକାଙ୍କ ଟ୍ରେନରଙ୍କ ସହ ଆଲୋଚନା କରିଥିଲେ । ପରେ ପ୍ରତିଯୋଗିତାରେ ଭାଗ ନେବାକୁ ଅନିକାଙ୍କ ନାମ ପଞ୍ଜୀକରଣ କରାଯାଇଥିଲା ।

ଏହି ପ୍ରତିଯୋଗିତାରେ ସାରା ବିଶ୍ବର ବଛାବଛା ୧୫ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ତେବେ ଫାଇନାଲ ମୁକାବିଲାରେ ସଭିଁଙ୍କୁ ପଛରେ ପକାଇ ଅନିକା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଯାହାଫଳରେ ତାଙ୍କୁ କାଂସ୍ୟ ପଦକ ମିଳି ପାରିଛି । ଏହାକୁ ନେଇ କୁନି ଅନିକାଙ୍କ ପରିବାର ଖୁସି ଜାହିର କରିଛି ।

ଝିଅର ଯାହା ବି ସ୍ବପ୍ନ ଅଛି ତାହାକୁ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ବାପାମାଆ । ମାତ୍ର ୫ ବର୍ଷ ବୟସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି ଅନିକା । ଆଗାମୀ ଦିନରେ ଏହି କ୍ରୀଡ଼ାରେ ଅନିକା ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି ଆଶା ବାନ୍ଧିଛନ୍ତି ବାପା ଓ ମାଆ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.