କଟକ: ଜାରି ରହିଛି କୋଭିଡଜନିତ ଲକଡାଉନ । ଏହାରି ମଧ୍ୟରେ ଅନେକ ଜୀବନ ଓ ଜୀବିକା ହରାଇ ଅତି ଅଖିଆ ଅପିଆ ଦିନ ବିତାଉଛନ୍ତି । ଏହାରି ମଧ୍ୟରେ କିନ୍ନରଙ୍କ ଭାଗ୍ୟ ମଧ୍ୟ ଅନ୍ଧାର ମୁଁହା ।
କୋରୋନାର ଏହି ଦୁର୍ଦ୍ଦୀନରେ କେତେକ ସାମାଜିକ ସଙ୍ଗଠନ ସହାୟତା ପାଇଁ ଆଗେଇ ଆସୁଛନ୍ତି । ଏହି ବିପର୍ଯ୍ୟୟ ସମୟରେ କିନ୍ନରମାନଙ୍କ ପାଇଁ ସାହା ହୋଇଛନ୍ତି କଟକ ଜିଲ୍ଲା ପ୍ରଶାସନ ଓ କିଛି ସାମାଜିକ ସଂଗଠନ । ଏମାନଙ୍କୁ ଖାଦ୍ୟ ଯୋଗାଇ ସେମାନଙ୍କ ମୁହଁରେ ଫୁଟିଛି ହସ । କଟକର କିନ୍ନରମାନଙ୍କୁ ସୁଖିଲା ଖାଦ୍ୟ ସାଙ୍ଗକୁ ରାସନ ସାମଗ୍ରୀ ବଣ୍ଟନ କରିଛି ଆଞ୍ଜେଲ ସାମାଜିକ ସଙ୍ଗଠନ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ