ETV Bharat / city

SCB କାଜୁଆଲଟି ଚଟାଣରେ ପଡିରହିଛି ମୃତଦେହ, ମିଳିପାରୁନି ପରିଚୟ

author img

By

Published : May 7, 2022, 6:17 PM IST

ଏସସିବି କାଜୁଆଲଟିରେ ପଡିଛି ଜନୈକ ବ୍ୟକ୍ତିଙ୍କ ମୃତଦେହ । ଥାନାରେ ଏତଲା ଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

SCB କାଜୁଆଲଟିରେ ପଡିଛି ମୃତଦେହ, ମିଳିପାରୁନି ପରିଚୟ

କଟକ: ଏସସିବି ମେଡ଼ିକାଲ କାଜୁଆଲଟିରେ ପଡିଛି ଜନୈକ ବ୍ୟକ୍ତିଙ୍କ ମୃତଦେହ । ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଏସସିବି କର୍ତ୍ତୃପକ୍ଷ । ମୃତଦେହର ପରିଚୟ ମିଳି ନ ଥିବାବେଳେ ଡାକ୍ତରଖାନାରେ କୌଣସି ସମ୍ପର୍କୀୟଙ୍କ ଉପସ୍ଥିତି ନଥିବାରୁ ପୋଲିସର ଆଶ୍ରୟ ନେଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ।

ସୂଚନା ଅନୁଯାୟୀ, କିଛିଦିନ ତଳେ ଜନୈକ ଗୁରୁତର ବ୍ୟକ୍ତିଙ୍କୁ କୌଣସି ସ୍ବେଚ୍ଛାସେବୀ ସଂଗଠନ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଡାକ୍ତରଖାନାରେ ମୃତଦେହ ପଡି ରହିଥିଲେ ମଧ୍ୟ କେହି ନେବାକୁ ଆସୁନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ପରିଚୟ ନ ମିଳିଲେ ନିୟମ ଅନୁଯାୟୀ 48ଘଣ୍ଟା ମୃତଦେହ ସଂରକ୍ଷଣ ଗୃହରେ ରଖାଯିବ ଏବଂ ଏହାପରେ ସତ୍କାର କରାଇ ଦିଆଯିବ ବୋଲି ଏସସିବି କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ମୃତ ବ୍ୟକ୍ତି ଜଣକ ଭଦ୍ରକର ହୋଇଥିବା ସୂଚନା ମିଳିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.