କଟକ: ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି କୋରୋନା ଗ୍ରାଫ୍ । ପ୍ରତ୍ୟେକ ଦିନ 10 ହଜାରରୁ ଅଧିକ ସଂଖ୍ୟାରେ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଅନେକ ରୋଗୀ ଆମ୍ବୁଲାନ୍ସ ସେବା ପାଇବାରେ ବିଫଳ ମଧ୍ୟ ହେଉଛନ୍ତି ଓ ଜୀବନ ହାରିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।
ଏପରି ସ୍ଥଳେ ଅଣ୍ଟା ଭିଡିଛି କଂଗ୍ରେସ । କଟକ ସହରରେ କୋୖଣସି କୋଭିଡ୍ ରୋଗୀ ହଟହଟା ନହେବେ ସେନେଇ ମାଗଣା ଆମ୍ବୁଲାନ୍ସ ସେବା ଜାରି କରିବା ସହ ଦୁଇଟି ଆମ୍ବୁଲାନ୍ସକୁ କାର୍ଯ୍ୟକ୍ଷମ କରିଛି କଂଗ୍ରେସ । ଦୁଇଟି ନମ୍ବର ଜରିଆରେ ରୋଗୀଙ୍କ ସମ୍ପର୍କୀୟ ଆମ୍ବୁଲାନ୍ସ ବୁକ୍ କରି ପାରିବେ । ଯାହା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ ।
ତେବେ ସରକାରଙ୍କ ଦ୍ବାରା ଜାରି ରହିଥିବା ସ୍ବାସ୍ଥ୍ୟ ସେବାକୁ ଆହୁରି ସରଳୀକରଣ କରିବା ପାଇଁ କଂଗ୍ରେସର ଏହି ଅଭିଯାନ ସଫଳ ହେବା ନେଇ ଆଶା ରଖିଛି ।
କଟକରୁ ପ୍ରଭୂକଳ୍ୟାଣ ପାଲ୍, ଇଟିଭି ଭାରତ