କଟକ: କଟକ ନୟାସଡକ ଆଇଆଇଏଫଏଲ ସୁନାଋଣ ପ୍ରଦାନକାରୀ ସଂସ୍ଥାର ଅନିୟମିତତା କାରଣରୁ ଲୁଟ୍ ହୋଇଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ମାମଲାରେ ସମ୍ପୃକ୍ତି ଥିବା 10 ଜଣଙ୍କୁ ପୋଲିସ ଗିରଫ କରିଛି । ଆଗକୁ ମାମଲାର ଗିରଫଦାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସିପି ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଏଥିସହ କେଳେଙ୍କାରୀକୁ ନେଇ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯିବ ବୋଲି ସିପି ସୂଚନା ଦେଇଛନ୍ତି ।
କଟକ ନୟାସଡକ ଆଇଆଇଏଫଏଲ ଡକାୟତି ଘଟଣାରେ ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଏହି ତଦନ୍ତ ପ୍ରକ୍ରିୟାରେ ଯାହାବି ତଥ୍ୟ ବା ଦସ୍ତାବିଜ ପୋଲିସ ହାତରେ ଲାଗିବ ତାହା ଆରବିଆଇ ନିକଟରେ ପୈଠ କରାଯିବ । କାରଣ ଆଇଆଇଏଫଏଲ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିନରେ ଆସୁଛି ବୋଲି କମିଶନରେଟ ପୋଲିସ ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।
ସୂଚନା ଅନୁଯାୟୀ, ଗତ 19 ତାରିଖ ଗୁରୁବାର ସକାଳ 10ଟା ରୁ 10ଟା 10 ମଧ୍ୟରେ 4 ଜଣ ଦୁର୍ବୃତ୍ତ ଆଇଆଇଏଫଏଲ କମ୍ପାନୀ ମଧ୍ୟକୁ ଅଚାନକ ପ୍ରବେଶ କରି କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ 10 କୋଟିର ସୁନା ସହ ନଗଦ 4 ଲକ୍ଷ ଟଙ୍କା ଲୁଟି ନେଇଥିଲେ ।
ତେବେ ମାମଲାରେ ପୋଲିସ ତଦନ୍ତ କରି ଏପର୍ଯ୍ୟନ୍ତ 10 ଜଣଙ୍କୁ ଗିରଫ କରି ଥିବାବେଳେ ଆଗକୁ ଗିରଫଦାରୀଙ୍କ ସଂଖ୍ୟା ବଢିପାରେ ବୋଲି ସିପି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ