କଟକ: କୋଭିଡ ନିୟମ ଉଲଙ୍ଘନ କରି ସିଲ ହେଲା ମଦ ଦୋକାନ । ମଦ ଦୋକାନକୁ ସିଲ କଲା ସିଏମସି ଏନଫୋର୍ସମେଣ୍ଟ ଟିମ୍ ।
ସୂଚନା ଅନୁସାରେ, କଟକ କାଠଗୋଲା ସାହି ସୃଷ୍ଟି ହସ୍ପିଟାଲ ପାଖରେ ଥିବା ଏକ ମଦ ଦୋକାନ କୋଭିଡ ନିୟମ ଉଲଙ୍ଘନ କରି ଅଫଲାଇନରେ ଚୋରା ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।
ଗାଇଡ଼ ଲାଇନ ଅନୁସାରେ ମଦ ଵ୍ୟଵସାୟୀ କେବଳ ଅନଲାଇନ ମଦ ବିକ୍ରି କରିପାରିବେ । ଯେଉଁ ନିୟମକୁ ଉଲଙ୍ଘନ କରିଛନ୍ତି ଏହି ଵ୍ୟଵସାୟୀ ଜଣକ । ତେଣୁ ସିଏମସିର ଟିମ ପହଞ୍ଚି ଦୋକାନଟିକୁ ସିଲ୍ କରିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ