ETV Bharat / city

ଆକାଶ ପାଠକଙ୍କ ଜାମିନ ଆବେଦନ ପ୍ରସଙ୍ଗ, ଆଜି ହାଇକୋର୍ଟରେ ଶୁଣାଣି

author img

By

Published : Jan 5, 2021, 8:34 AM IST

ଆଜି ହାଇକୋର୍ଟରେ ହେବ ଆକାଶ ପାଠକଙ୍କ ଜାମିନ ଆବେଦନର ଶୁଣାଣି। ଅଧିକ ପଢନ୍ତୁ...

ଆକାଶ ପାଠକ
ଆକାଶ ପାଠକ

କଟକ: ଆଜି ହାଇକୋର୍ଟରେ ହେବ ଆକାଶ ପାଠକଙ୍କ ଜାମିନ ଆବେଦନର ଶୁଣାଣି। ଭିଜିଲାନ୍ସ ମାମଲାରେ ଆକାଶ ପାଠକ ଏହି ଜାମିନ ଆବେଦନ କରିଛନ୍ତି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅଭୟକାନ୍ତ ପାଠକଙ୍କ ପୁଅ ହେଉଛନ୍ତି ଆକାଶ ।

ସୂଚନାଥାଉକି, ନଭେମ୍ବର 25 ତାରିଖରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ବାସ ଭବନରେ ଚଢାଉ କରିଥିଲା ଭିଜିଲାନ୍ସ ।

ଆକାଶ ପାଠକ
ଆକାଶ ପାଠକ

ଗତ କିଛି ବର୍ଷର ଭିଜିଲାନ୍ସ ବିଭାଗର ଏହା ଥିଲା ସର୍ବବୃହତ ଚଢ଼ାଉ। ଭିଜିଲାନ୍ସର 150 ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ। ଚାରୋଟି ରାଜ୍ୟରେ ଚଢାଉ କରି ଭିଜିଲାନ୍ସ ଅଭୟକାନ୍ତ ଠୁଳ କରିଥିବା ଆୟ ବର୍ହିଭୁତ ସମ୍ପତ୍ତିର ଖୁଲାସା କରିଥିଲା।

ନିଜ ରୋଜଗାର ଠାରୁ 435 ପ୍ରତିଶତର ଅଧିକ ଆୟ କରିଥିବା ଭିଜିଲାନ୍ସ ପ୍ରମାଣ ପାଇବା ପରେ ନଭେମ୍ବର 27 ତାରିଖରେ ଭିଜିଲାନ୍ସ ସେଲରେ ମାମଲା ରୁଜୁ କରି ଅଭୟକାନ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା।

ଭିଜିଲାନ୍ସ ପକ୍ଷରୁ 20 ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପ-ପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଉଗାଳି ଥିଲା ଭିଜିଲାନ୍ସ ଏସଆଇଟି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆକାଶ ପାଠକଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଜାମିନ ଆବେଦନର ହାଇକୋର୍ଟରେ ଆଜି ହେବ ପ୍ରଥମ ଶୁଣାଣି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.