ETV Bharat / city

କଟକରୁ ପୁଣି ସେକ୍ସ ରାକେଟ ଠାବ, ସରକାରୀ କ୍ବାର୍ଟରରେ ଚାଲିଥିଲା ଦେହ ବ୍ୟବସାୟ - କଟକରୁ ପୁଣି ସେକ୍ସ ରାକେଟ ଠାବ

କଟକରୁ ପୁଣି ସେକ୍ସ ରାକେଟ ଠାବ । ରାଧାନାଥ ଟ୍ରେନିଂ ସେଣ୍ଟର ପଛପଟେ ଥିବା ଏକ ଘରୁ ଠାବ ହୋଇଛି ଏହି ସେକ୍ସ ରାକେଟ । ଅଧିକ ପଢନ୍ତୁ

କଟକରୁ ପୁଣି ସେକ୍ସ ରାକେଟ ଠାବ
କଟକରୁ ପୁଣି ସେକ୍ସ ରାକେଟ ଠାବ
author img

By

Published : Jan 31, 2022, 7:31 PM IST

Updated : Jan 31, 2022, 9:54 PM IST

କଟକ: କଟକରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସରକାରୀ କଲେଜ କ୍ୟାମ୍ପସ ପଛପଟେ ଥିବା ସରକାରୀ PHD କ୍ବାର୍ଟରରେ ଚାଲିଥିଲା ସେକ୍ସ ରାକେଟ । ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ଓ ଲାଲବାଗ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲା । ଏଥିଲେ 2 ଜଣ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ଓ 4 ଜଣ ପୁରୁଷଙ୍କୁ ଗିରଫ କରିଛି । ପୁରୁଣା ଚାନ୍ଦିନୀ ଚୌକରେ ଥିବା ସରକାରୀ RNT କଲେଜ ପଛପଟେ ଥିବା PHD କ୍ବାର୍ଟରରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ସେକ୍ସ ରାକେଟ ।

କଟକରୁ ପୁଣି ସେକ୍ସ ରାକେଟ ଠାବ

ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରେ ରହିଛନ୍ତି ଘର ମାଲିକ ଶରତ ଚନ୍ଦ୍ର ଚାନ୍ଦ, ତାଙ୍କ ସ୍ତ୍ରୀ ଝୁନା ଚାନ୍ଦ, ସୁଜାତା ଓ ଗ୍ରାହକ ଦୁର୍ଯ୍ୟୋଧନ । ସୁଜାତା ଦଲାଲ ସାଜି ଗ୍ରାହକଙ୍କୁ ଆଣି ଯୋଗାଉଥିଲା । ଉଦ୍ଧାର ହୋଇଥିବା ଦୁଇ ଜଣ ଦେହଜୀବୀଙ୍କ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ତେବେ ଏହା କେବେଠାରୁ ଚାଲୁଥିଲା ଏବଂ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ଲାଲବାଗ ଥାନା ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 31, 2022, 9:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.