ETV Bharat / city

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Dec 16, 2020, 4:48 PM IST

Updated : Dec 16, 2020, 10:35 PM IST

adityas wife bidyashree attempts to suicide in bhubaneswar
ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

22:18 December 16

17:34 December 16

16:43 December 16

କଟକ: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । କଟକସ୍ଥିତ ବାସଭବନରେ ବିଦ୍ୟାଶ୍ରୀ ନିଦ ବଟିକା ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ହସ୍ପିଟାଲରେ ନ୍ୟାୟ ନମିଳିଲେ ଆତ୍ମହତ୍ୟା ହିଁ କରିବି ବୋଲି କହିଛନ୍ତି ବିଦ୍ୟାଶ୍ରୀ। ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଦେବା ପରେ ବି ସେମାନଙ୍କୁ ଦଣ୍ଡ ମିଳୁନାହିଁ। ଏହାପରେ ସମସ୍ତ ରାସ୍ତା ବନ୍ଦ ହୋଇ ଯାଇଛି ବୋଲି କହିଛନ୍ତି ବିଦ୍ୟାଶ୍ରୀ। 

ହସ୍ପିଟାଲରେ ବିଦ୍ୟାଶ୍ରୀ କହିଛନ୍ତି ଯେ, "ମୋର ଆଉ କାହା ଉପରେ ଭରଷା ନାହିଁ। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଦୋଷୀଙ୍କ ବିରୋଧରେ ପ୍ରମାଣ ଦେବା ପରେ ବି ସେମାନଙ୍କ ବିରୋଧରେକୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏହାପରେ ମୋ ପାଇଁ ମୃତ୍ୟୁ ଛଡ଼ା ଆଉ କୌଣସି ରାସ୍ତା ନାହିଁ। ନ୍ୟାୟ ପାଇଁ ମୁଁ ଆତ୍ମହତ୍ୟା କରିବି।"

ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଏକ ଲାଇଭ ଭିଡିଓ କରି କେତେକ ଲୋକ ତାଙ୍କୁ ନ୍ୟାୟ ଦେବା ନାଁରେ ମାନସିକ ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବିଦ୍ୟାଶ୍ରୀ। ଏହାସହ ଭିଡିଓରେ ସେ କେତେକ ବଟିକା ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାସହ ପ୍ରତ୍ୟେକ ଦିନ ତାଙ୍କୁ ସୋସିଆଲ ମିଡିଆରେ ବଦନାମ କରାଯାଉଥିବା ଭିଡିଓ ଜାରି ଅଭିଯୋଗ କରିଛନ୍ତି ।  

ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ଜାରି କରି ବିଦ୍ୟାଶ୍ରୀ କହିଥିଲେ ଯେ, ମୁଁ ବିଦ୍ୟାଶ୍ରୀ, କିଛି ଦିନ ହେବା ବହୁତ ମାନସିକ ଯାତନା ସହୁଛି । ଏଥିପାଇଁ ମୋର ଆଉ ବଞ୍ଚିବାକୁ ଇଛା ନାହିଁ । ଯେଉଁମାନେ ମତେ ମାନସିକ ଯାତନା ଦେଉଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ମିଳୁ । ଆଦିତ୍ୟଙ୍କ ପରେ ଲୋକେ ମତେ ଆଦିତ୍ୟଙ୍କ ହତ୍ୟାକାରୀ ସଜାଇ ଦେଇଥିଲେ । ମୁଁ ମରିଗଲେ ମୋ ପରିବାର ଲୋକଙ୍କୁ ଯେଭଳି କେହି ନକୁହନ୍ତୁ ଯେ ପରିବାର ଲୋକେ ବିଦ୍ୟାଶ୍ରୀଙ୍କୁ ମାରିଦେଲେ। ଏଥିପାଇଁ ମୁଁ ଏହି ଭିଡିଓ କରୁଛି । ମୋର ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନାମ ଏହି ଡାଏରୀରେ ଲେଖିଛି । ଆଦିତ୍ୟଙ୍କ ବିନା ବଞ୍ଚିବାକୁ ଚାହୁଁନି ।

ଭିଡିଓରେ ଏକ ଡାଏରୀ ଦେଖାଇଛନ୍ତି ବିଦ୍ୟାଶ୍ରୀ। ଏଥିରେ ତାଙ୍କୁ ମାନସିକ ଭାବରେ ପିଡ଼ା ଦେଉଥିବା ବ୍ୟକ୍ତି ବିଶେଷଙ୍କ ନାମ ଲେଖିଥିବା କଥା କହିଛନ୍ତି ବିଦ୍ୟାଶ୍ରୀ । ଏହାସହ ସେ ବାରମ୍ବାର ନ୍ୟାୟ ଦେବା କଥା କହୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଶୁଭାଷିଶ ଷଡ଼ଙ୍ଗୀ,  ବିଶ୍ବଜିତ, ମନୋଜ ସିଂହ, ଶିବାୟ ସାହୁ, ରାକେଶ ଜେନା, ଏସକେ ମହାରଣା ଓ ଶିଳ୍ପିଶ୍ରୀ ପଣ୍ଡାଙ୍କ ସହ ଅନେକ ଲୋକେ ତାଙ୍କୁ ମାନସିକ ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏମାନେ ବିଦ୍ୟାଶ୍ରୀଙ୍କ ଚରିତ୍ର ସଂହାର କରିଥିବା ଅଭିଯୋଗ ହୋଇଛି । 

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 16, 2020, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.