କଟକ: ସିଲଭର ସିଟିରେ ଯୁବକଙ୍କୁ ଏସିଡ ମାଡ (Acid attack on young man in Cuttack) । ଦିନ ଦ୍ୱିପହରରେ ଯୁବକଙ୍କ ଏସିଡ ମାଡ କଲେ ଅନ୍ୟ ଜଣେ ଯୁବକ । କଟକ ସହରର ଚାନ୍ଦିନୀ ଚୌକ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଏସିଡ ମାଡର ଶିକାର ହୋଇଥିବା ଯୁବକ ହେଉଛନ୍ତି ସତ୍ୟବାନ ସାହୁ । ତାଙ୍କର ଜଣେ ବନ୍ଧୁ ସାମାନ୍ୟ ଆହତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-କଟକରେ ଲଜ୍ଜା, ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଗିରଫ
ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦିନୀ ଚୌକ ଅଞ୍ଚଳର ଜଣେ ଯୁବକ ଦୀର୍ଘ ଦିନ ହେବ ସତ୍ୟବାନଙ୍କୁ ହଇରାଣ ହରକତ କରିବା ସହ ଫୋନରେ ମଧ୍ୟ ଗାଳି ଗୁଳଜ କରନ୍ତି । ଆଜି(ରବିବାର) ସକାଳ ସମୟରେ ଉକ୍ତ ଯୁବକ ସତ୍ୟବାନଙ୍କୁ କଲ କରିଥିବା ସମୟରେ ତାଙ୍କ ଭଉଣୀଙ୍କୁ ଫୋନ ରିସିଭ କରିଥିଲେ । ଯୁବକ ଜଣଙ୍କତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ, ଏହାପରେ ସେହି ଯୁବକଙ୍କୁ ସତ୍ୟବାନ ପ୍ରତିବାଦ କରି ତାଙ୍କ ଘରକୁ ଯାଇଥିଲେ । ଏହାପରେ ଦ୍ବିପହର ସମୟରେ ସେ ଉତକ୍ଷିପ୍ତ ହୋଇ ହଠାତ୍ ସତ୍ୟବାନ ଓ ତାଙ୍କ ସାଙ୍ଗ ସୌମ୍ୟଙ୍କ ଉପରକୁ ଏସିଡ ମାଡ କରିଥିଲେ । ଘଟଣା ସ୍ଥଳରେ ହିନ୍ଦୁ ସେନା ଓ ସ୍ଥାନୀୟ ଲୋକ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସିଟି ହସ୍ପିଟାଲକୁ ନେଇଥିଲେ, ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି । ତେବେ ସତ୍ୟବାନଙ୍କ ଶରୀରର ଅନେକ ଭାଗ ପୋଡ଼ି ଯାଇଥିବା ବେଳେ ତାଙ୍କ ବନ୍ଧୁ ସୌମ୍ୟ ମଧ୍ୟ କିଛି ମାତ୍ରାରେ ଆହତ ହୋଇଛନ୍ତି ।
ଇଟିଭି ଭାରତ, କଟକ