ETV Bharat / city

ଗରିବ ରୋଗୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଅଭିଜିତ୍‌, ଯୋଗାଉଛନ୍ତି ସେବା

author img

By

Published : Nov 19, 2020, 2:02 PM IST

କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଯାହାକୁ ଜୀବନର ବର୍ତ୍ତି କରି ଆଗେଇ ଚାଲିଛନ୍ତି କଟକର ଅଭିଜିତ ଦାସ । ଅସହାୟ ରୋଗୀଙ୍କୁ ସମସ୍ତ ପ୍ରକାର ସହାୟତା ଦେଇ ସେମାନଙ୍କର ଆଶାର ଆଲୋକ ସାଜିଛନ୍ତି ସେ । ଦେଖନ୍ତୁ ଇଟିଭି ଭାରତର ଏହି ରିପୋର୍ଟ...

ଦେବଦୂତ  ଅଭିଜିତ୍
ଦେବଦୂତ ଅଭିଜିତ୍

କଟକ: କଟକ ବଡ ମେଡିକାଲରେ ଏକ ପରିଚିତ ଚେହେରା ହେଉଛନ୍ତି ଅଭିଜିତ ଦାସ। ପେଷାରେ ସେ ଜଣେ ଟିଉସନ ଶିକ୍ଷକ। ହେଲେ ନିଶା ତାଙ୍କର ଅସହାୟ ରୋଗୀଙ୍କୁ ସେବା କରିବା। ଯେଉଁଥିପାଇଁ ସେ ବଡ ମେଡିକାଲ ଅଞ୍ଚଳରେ ବେଶ ପରିଚିତ ।

କଟକର ଅଭିଜିତ ଦାସ

ବୈଷୟିକ ଶିକ୍ଷାର ଇଲେକ୍ଟ୍ରିକାଲ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଛନ୍ତି ଅଭିଜିତ୍‌ । ହେଲେ ନିଶାଖୋର ମାନବ ସେବା କରିବାର ମନବୃତ୍ତି ଆଜି ତାଙ୍କୁ ଅସହାୟ ରୋଗୀଙ୍କ ପାଇଁ ଅନ୍ଧର ଲଉଡି ସଜାଇଛି।

ଦୀର୍ଘ ସାତ ବର୍ଷ ହେବ ଅନବରତ ଭାବେ ସେ ରୋଗୀ ସେବାକୁ ନିଜର ବର୍ତ୍ତୀ ଭାବେ ବାଛିନେଇଛନ୍ତି । ଦିନ ହେଉକି ରାତି, ସମୟ ଅସମୟରେ ମେଡିକାଲକୁ ଆସୁଥିବା ଅନେକ ଅସହାୟ ଓ ଗରିବ ରୋଗୀଙ୍କ ସେବା କରିଆସୁଛନ୍ତି ସେ । ହେଲେ କେବେ ବି ଧକି ଯାଇନାହାଁନ୍ତି । ସମାଜ ସେବାରେ ନିଜକୁ ଉର୍ତ୍ସଗ କରିବାର ଅଭିଳାଷ ହିଁ ତାଙ୍କୁ ଆଜି ଏଇଠି ପହଞ୍ଚାଇଛି ।

କଟକ ବଡ ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ଆସିଥାନ୍ତି । ଆଉ ଏମାନଙ୍କ ମଧ୍ୟରେ ଅଧିକାଂଶ ଅସହାୟ, ନିରାଶ୍ରୟ ଓ ଗରିବ ରୋଗୀ ଥାଆନ୍ତି । ଯେଉଁମାନଙ୍କୁ ସହଯୋଗ ଓ ସହାୟତାର ହାତ ବଢାନ୍ତି ଅଭିଜିତ୍‌ । ତାଙ୍କର ସୁଖ ଓ ଦୁଃଖର ସାହା ପାଲଟିଯାଆନ୍ତି ସେ।

ରକ୍ତ ଯୋଗାଡ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଅନ୍ତି ଅଭିଜିତ୍‌ । ଯେଉଁଥିପାଇଁ ଅନେକଙ୍କ ଜୀବନ ମଧ୍ୟ ବଞ୍ଚିଯାଏ । ଆଉ ଏଭଳି କାମ ପାଇଁ ତାଙ୍କୁ ଅନେକ ଥର ସମ୍ମାନିତ ମଧ୍ୟ କରାଯାଇଛି ।

ତେବେ ରୋଗୀଙ୍କ ସେବାକୁ ନିଜର ସର୍ବସ୍ବ ଭାବି ନେଇଥିବା ଅଭିଜିତ୍‌ଙ୍କ ଏଭଳି ପ୍ରୟାସ, ଯୁବବର୍ଗ ଓ ସମାଜ ପାଇଁ ପ୍ରେରଣା ଦାୟୀ ରହିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.