କଟକ: ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସମେତ 4 ଜିଲ୍ଲାରେ ଶୁକ୍ରବାର ରାତିରୁ ଲାଗୁ ହୋଇସାରିଛି ଲକଡାଉନ । କେବଳ ଅତ୍ୟାବଶ୍ୟକୀୟ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଲକଡାଉନ ଲାଗୁହେବାର କିଛି ସମୟ ପୂର୍ବରୁ କଟକ ସହରରୁ ଜବତ ହୋଇଛି ବିପୁଳ ପରିମାଣର ମଦ ।
କଟକ ବାଦମବାଡ଼ି ଥାନା ଅଞ୍ଚଳରୁ ଲକଡାଉନ ନିୟମ ଲାଗୁ ହେବାର କିଛି ସମୟ ପୂର୍ବରୁ ଜବତ ହୋଇଛି 192 ବୋତଲ ମଦ । ତେବେ ଜବତ ସମସ୍ତ ମଦ କେବଳ ବିଦେଶୀ ହୋଇଥିବା ସ୍ପଷ୍ଟ ହୋଇଛି । ଘଟଣାରେ 6 ଟି ମାମଲା ରୁଜୁ କରିଛି ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ