କଟକ: ଥମୁନି ଗଞ୍ଜେଇ କାରବାର । ମଧୁପାଟଣା ଛକରେ ଯାଞ୍ଚ ବେଳେ 92 କେଜି ଗଞ୍ଜେଇ ସହ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଗଞ୍ଜେଇର ହାରାହାରି ମୂଲ୍ୟ 5 ଲକ୍ଷ ରୁ ଅଧିକ ହେବ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଏକ କାର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଫ୍ଲାଇଙ୍ଗ ସ୍କ୍ବାର୍ଡକୁ ବିଶେଷସୁତ୍ରରୁ ଖବର ମିଳିଥିଲା । ଯାହାଫଳରେ ଶୁକ୍ରବାର ସକାଳୁ ଫ୍ଲାଇଙ୍ଗ ସ୍କ୍ବାର୍ଡର ଏକ ଟିମ୍ ମଧୁପାଟଣା ଛକ ନିକଟରେ ଗୋଟିଏ ଗାଡିକୁ ଯାଞ୍ଚ କରିଥିଲା । ତେବେ ଏହି ଗଞ୍ଜେଇ କଲିକତାକୁ ଚାଲାଣ କରାଯାଉଥିଲା ବୋଲି ଫ୍ଲାଇଙ୍ଗ ସ୍କ୍ବାର୍ଡର ଆଇଆଇସି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ