କଟକ: ଜେଲରେ ଥାଇ ୫୦ ଲକ୍ଷ ଟଙ୍କା ଦାଦାବଟୀ ଆଦାୟ ପାଇଁ କରାଯାଇଥିଲା ଧମକପୂର୍ଣ୍ଣ କଲ୍ । ତାହା ପୁଣି ଜେଲରେ ଥିବା ଅନ୍ୟ ଜଣେ ବିଚାରାଧିନ କଏଦୀ ତଥା ବ୍ୟବସାୟୀଙ୍କ ପରିବାରକୁ । ଚୌଦ୍ବାର ଜେଲରେ ଘଟିଛି ଏହି ଭଳି କିଛି ଘଟଣା । ଏହି ମାମଲାରେ ଦାଦାବାଟି ମାଗିଥିବା କଟକର କୁଖ୍ୟାତ ଅପରାଧି ତଥା ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଲିଟୁଆର ବାପା ମା’ ଓ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।
ଗିରଫ 2 ସହଯୋଗୀଙ୍କ ମଧ୍ୟରେ ରାହୁଲ ମୁର୍ମୁ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ର ବି ଅଛନ୍ତି । କଟକର ଏକ ପ୍ରତିଷ୍ଠିତ କଲେଜରେ ସେ ଅଧ୍ୟୟନ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଲିଟୁଆ ପ୍ରଥମ ଅପରାଧୀ ନୁହେଁ । ଏହା ପୂର୍ବରୁ ସକିଲ୍ ଓ ଆରିଫ ମଧ୍ୟ ଜେଲରେ ରହି ନିଜ ପରିବାର ଲୋକଙ୍କ ଜରିଆରେ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି ।
ପୂର୍ବରୁ ସକିଲର ବାପା ଓ ଦୁଇ ପ୍ରେମିକାଙ୍କୁ ପୋଲିସ ଗରିଫ କରିଥିବା ବେଳେ ଆରିଫର ମା’ ମଧ୍ୟ ସମାନ ଅଭିଯୋଗରେ ଗରିଫ ହୋଇସାରିଛନ୍ତି । ତେଵେ ଏହି ଘଟଣାରେ ଗୋଟିଏ ପଲସର ବାଇକ ସହ ୪ଟି ମୋବାଇଲ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ।
conection
କଟକରୁ ନାରାୟଣ ସାହୁ, ଇଟିଭି ଭାରତ