କଟକ: ସିଲଭର ସିଟିରେ ପୁଣି ଚାଲିଲା ବୁଲଡୋଜର । ମାଟିରେ ମିଶିଲା 36ଟି ବେଆଇନ ଦୋକାନ, 6ଟି ମନ୍ଦିର ଓ ଗୋଟିଏ କ୍ଲବ ଘର । ଆଜି 4ର୍ଥ ପର୍ଯ୍ୟାୟରେ କରାଯାଇଥିଲା ଉଚ୍ଛେଦ ପ୍ରକ୍ରିୟା । ଯୋବ୍ରାର ଚୁନ ଭାଟି ଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ଆଜି ଉଚ୍ଛେଦ ହୋଇଛି । ଏଥିପାଇଁ ନିୟୋଜିତ ହୋଇଥିଲେ 3 ପ୍ଲାଟୁନ ପୋଲିସ ଫୋର୍ସ, ସିଏମସି, ସିଡିଏ ଓତହସିଲ ଷ୍ଟାଫଙ୍କ ସମେତ 50 କର୍ମଚାରୀ ।
ଯେଉଁମାନଙ୍କ ଆଜି ଉଚ୍ଛେଦ କରାଯାଇଛି ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ସିଏମସି ଡେପୁଟି କମିଶନର କହିଛନ୍ତି । ଛୋଟ ଦୋକାନ ପାଇଁ 20 ହଜାର, ବଡ ଦୋକାନ ପାଇଁ 30 ହଜାର, କ୍ଲବ ଘର ପାଇଁ 20 ହଜାର ଓ ମନ୍ଦିରର ଆକୃତି ଅନୁଯାୟୀ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ଡେପୁଟି କମିଶନର କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ