କଟକ: ମହାନଗର ନିଗମରେ ଆଉ ୩୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୩ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରାଯାଇଛି। ସେହିପରି ୬ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୪୯୫ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୭୮୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୭୮ ଜଣଙ୍କର ମୃତ୍ୟୁ ଘଟିଛି । ୬୨୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ