କଟକ: କିଲର କୋରୋନାକୁ ମାତ ଦେବାକୁ ଜାରି ରହିଛି ସମସ୍ତ ପ୍ରଚେଷ୍ଟା । ପୂର୍ବତଟ ରେଳବାଇ ପକ୍ଷରୁ କଟକ ରେଳ ଷ୍ଟେସନରେ ପହଞ୍ଚିଲା 18 କୋଚ ବିଶିଷ୍ଟ ଆଇସୋଲେସନ ଟ୍ରେନ ।
18ଟି କୋଚରେ 144 ଜଣ କୋରୋନା ସଂକ୍ରମିତଙ୍କୁ ରଖିବାର ବ୍ୟବସ୍ଥା କରାଯାଇଛି । ପ୍ରତି କୋଚରେ 8ଜଣ ସଂକ୍ରମିତ ରହିପାରିବେ । ଉକ୍ତ ଟ୍ରେନଟି କଟକ ଷ୍ଟେସନର ଦୁଇ ନମ୍ବର ପ୍ଲାର୍ଟଫର୍ମରେ ରହିଥିବାବେଳେ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ