କଟକ:ମହାନଗର ନିଗମରେ ଶନିବାର ୨୭୫ କୋରୋନା ପଜିଟିଭ । ସଂକ୍ରମିତଙ୍କ ମଧ୍ୟରୁ ୯୮ ଜଣ ହୋମ କ୍ୱାରଣ୍ଟାଇନରୁ ଚିହ୍ନଟ । ଅନ୍ୟ ୮୩ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ବାହାରିଛନ୍ତି। ସେହିପରି ୯୪ ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ସେପଟେ କଟକ ମହାନଗର ନିଗମ ଅଞ୍ଚଳରୁ ୯୩୨୦ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୬୯୩୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ସୁଦ୍ଧା କୋରୋନାରେ ୩୮ ଜଣଙ୍କର ମୃତ୍ୟୁ ହୋଇସାରିଛି । କୋରୋନା ସକ୍ରିୟ ୨୩୪୪ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କଟକ ମହାନଗର ନିଗମ ଅଞ୍ଚଳରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ