ETV Bharat / city

Pathani Samanta Scholarship ପାଇଲେ ୧୦୦୦ ମେଧାବୀ

author img

By

Published : Dec 7, 2021, 7:14 AM IST

୧୦୦୦ ଛାତ୍ରଛାତ୍ରୀଙ୍କୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି(Pathani Samanta Scholarship) ପ୍ରଦାନ । ଜୁନିଅର ମେରିଟ ସ୍କଲାରସିପ୍ ଆବେଦନ ତାରିଖ ଆସନ୍ତା 27 ଯାଏ ବୃଦ୍ଧି । ଅଧିକ ପଢନ୍ତୁ

Pathani Samanta Scholarship ପାଇଲେ ୧୦୦୦ ମେଧାବୀ
Pathani Samanta Scholarship ପାଇଲେ ୧୦୦୦ ମେଧାବୀ

ଭୁବନେଶ୍ବର: ଓଡିଶା ସରକାରଙ୍କ ଅଧୀନରେ(Odisha Govt) ଦଶମ ଶ୍ରେଣୀରେ ଗଣିତରେ ଭଲ ପ୍ରଦର୍ଶନ କରିଥିବା ମୋଟ ୧୦୦୦ ଛାତ୍ରଛାତ୍ରୀଙ୍କୁ ପଠାଣି ସାମନ୍ତ ମେଧାବୃତ୍ତି(Pathani Samanta Scholarship) ପ୍ରଦାନ । +2 ପ୍ରଥମ ବର୍ଷ ପିଲାଙ୍କ ପାଇଁ ଆବେଦନ ଆରମ୍ଭ ହୋଇ ଥିବାବେଳେ ଜୁନିଅର ମେରିଟ ସ୍କଲାରସିପ୍ ଆବେଦନ ତାରିଖ ଆସନ୍ତା 27 ଯାଏ ବୃଦ୍ଧିପାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମୋଟ ୧ କୋଟି ଟଙ୍କା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ କରାଯାଇଛି । ଏହି ବୃତ୍ତି ମ୍ୟାଟ୍ରିକ ପରୀକ୍ଷାରେ ସାମଗ୍ରିକ ଭାବରେ ଓ ବିଶେଷ କରି ଗଣିତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ । ଏଥିପାଇଁ ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଟପ-୨୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୨୭ ଜଣ ଅନଲାଇନରେ State Scholarship Portal https://scholarship.odisha.gov.in. ମାଧ୍ୟମରେ ଆବେଦନ କରିଥିଲେ ।

ଅଧକ୍ଷଙ୍କ ସୁପାରିଶ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ଵାରା ମେରିଟ ଆଧାରରେ ୧୦୦୦ ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । ଏଥି ସହିତ ୨୦୨୧-୨୨ ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୦୦୦ ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ State Scholarship Portal ମାଧ୍ୟମରେ ଆବେଦନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ(Department Of School And Mass Education Odsha) ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାର ସୁଯୋଗ ନେବା ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ।

ପୁନଶ୍ଚ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦,୦୦୦ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୩୦୦୦ ଲେଖାଏଁ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ବ୍ୟବସ୍ଥା ଥିବାବେଳେ ଡିସେମ୍ବର 5 ତାରିଖ ସୁଦ୍ଧା ମାତ୍ର ୧୯୨୮ ଛାତ୍ରଛାତ୍ରୀ ଆବେଦନ କରିଥିବାରୁ ଆବେଦନ ଶେଷ ତାରିଖ ଡିସେମ୍ବର 27 କୁ ବୃଦ୍ଧି କରାଯାଇଛି । ଏହି ବୃତ୍ତି CBSE, ICSE, CHSE ଆଦି ବୋର୍ଡ ଅଧୀନରେ ପଢୁଥିବା ଶତକଡ଼ା ୬୦ ପ୍ରତିଶତ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.