ETV Bharat / city

ଶୂନ୍ୟ ଛାୟା ଦିବସ: ପଠାଣି ସାମନ୍ତ ପ୍ଳାନେଟୋରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା - ଶୂନ୍ୟ ଛାୟା ଦିବସ

ଦିନ ଦ୍ବିପ୍ରହରରେ ଖରା ଛାଇର ଖେଳ। ଭୁବନେଶ୍ବରରେ ବିରଳ ଦୃଶ୍ୟ । ଶୂନ୍ୟ ଛାୟା ଦିବସ ପାଇଁ ଭୁବନେଶ୍ବର ପଠାଣି ସାମନ୍ତ ପ୍ଳାନେଟୋରିୟମ୍ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅଧିକ ପଢନ୍ତୁ...

ଶୂନ୍ୟ ଛାୟା ଦିବସ
ଶୂନ୍ୟ ଛାୟା ଦିବସ
author img

By

Published : May 21, 2021, 7:28 PM IST

ଭୁବନେଶ୍ବର: ଦିନ ଦ୍ବିପ୍ରହରରେ ଖରା ଛାଇର ଖେଳ। କିଛି ସମୟ ପାଇଁ ଉଭାନ ହୋଇଗଲା ଛାଇ। ଭୁବନେଶ୍ବରରେ ବିରଳ ଦୃଶ୍ୟ। ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଛାଇ ଉଭେଇ ଗଲା। ଶୂନ୍ୟ ଛାୟା ଦିବସ ପାଇଁ ଭୁବନେଶ୍ବର ପଠାଣି ସାମନ୍ତ ପ୍ଳାନେଟୋରିୟମ୍ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଶୂନ୍ୟ ଛାୟା ଦିବସ

ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ମଧ୍ୟରେ ବର୍ଷକୁ ଦୁଇ ଥର ଦୃଶ୍ୟମାନ ହେଉଛି ଶୂନ୍ୟ ଛାୟା। ବୋତଲ, ବାସ୍କ, ଇଟା କିମ୍ବା ଖୁଣ୍ଟ ଭଳି ସାମଗ୍ରୀ ରଖାଯାଇ ଏହି ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା । ତେବେ ଏହି ଦୃଶ୍ୟ ପ୍ରତିଦିନ ଘଟୁଛି। କିନ୍ତୁ ଗୋଟିଏ ସ୍ଥାନରେ ବର୍ଷକୁ ମାତ୍ର ଦୁଇ ଥର ଦୃଶ୍ୟମାନ ହେଉଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ବରରେ ଦିନ ୧୧.୪୩ ମିନିଟରେ ଶୂନ୍ୟ ଛାୟା ଦୃଶ୍ୟମାନ ହୋଇଛି । ଆଜି(ଶୁକ୍ରବାର) ଦୃଶ୍ୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବା ହେତୁ ଯେକୌଣସି ଲମ୍ବ ଆକାର ବସ୍ତୁର ଛାଇ ଆଦୌ ଦେଖାଗଲା ନାହିଁ ।

ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ କରିଛନ୍ତି । ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ । ଏକ ସମତଳ ଜାଗାରେ ଖୁଣ୍ଟ, ଚାରିକୋଣିଆ ବାକ୍ସ, ବୋତଲ, ଇଟା, ଭଳି କିଛି ଜିନିଷ ଖରା ପଡୁଥିବା ସ୍ଥାନରେ ଲମ୍ବ ଭାବରେ ରଖାଯାଇଥିଲା। ମଧ୍ୟାହ୍ନର କିଛି ସମୟ ପୂର୍ବରୁ ଲକ୍ଷ କରାଗଲା ଯେ ବସ୍ତୁଗୁଡିକର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇଯାଉଛି ଓ ପୁଣି କିଛି ସମୟ ପରେ ଧୀରେ ଧୀରେ ଦେଖାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.