ETV Bharat / city

Murder In Bhubaneswar: କବାଟ ନ ଖୋଲିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

author img

By

Published : Jan 28, 2022, 7:23 AM IST

ରାଜଧାନୀର ଏକ ଘରୋଇ ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ ହତ୍ୟାକାଣ୍ଡ । ଘର କବାଟ ନଖୋଲିବାରୁ ସାଙ୍ଗକୁ ଵିଭତ୍ସ ଭାବେ ହତ୍ୟା କଲା ସାଙ୍ଗ। ଅଧିକ ପଢନ୍ତୁ

ରାଜଧାନୀରେ ଵିଭତ୍ସ ହତ୍ୟା, କବାଟ ନ ଖୋଲିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଘରୋଇ ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ ହତ୍ୟାକାଣ୍ଡ । ଘର କବାଟ ନଖୋଲିବାରୁ ସାଙ୍ଗକୁ ଵିଭତ୍ସ ଭାବେ ହତ୍ୟା କଲା ସାଙ୍ଗ । ଏଭଳି ଘଟଣା ଘଟିଛି ଇନଫୋସିଟି ଥାନା ଅଞ୍ଚଳରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଅନନ୍ତ ସେଠି ।

ସୂଚନାଅନୁଯାୟୀ, ଗଞ୍ଜାମ କୋଦଳା ତଳସରାର ଅନନ୍ତ ସେଠି ଓ ସୁରେନ୍ଦ୍ର ଦାସ କିଟ କ୍ୟାମ୍ପସର ୧୫ରେ ରହୁଥିଲେ । ହଠାତ ଗତକାଲି ବିଳମ୍ବିତ ରାତ୍ରିରେ ଅନନ୍ତ ଶୋଇଥିବା ବେଳେ ସୁରେନ୍ଦ୍ର ତାଙ୍କ ଘରର କବାଟ ବାଡେଇ ଡାକିଥିଲେ । ହେଲେ ଅନନ୍ତ କବାଟ ଖୋଲିବାରେ ବିଳମ୍ବ କରିବାରୁ ରାଗରେ ସୁରେନ୍ଦ୍ର ପାଖରେ ଥିବା ଏକ କାଠ ଫାଳିଆରେ ନିଜ ସାଙ୍ଗ ଅନନ୍ତଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ‌। ଏନେଇ ପୋଲିସ ହତ୍ୟାକାରି ସୁରେନ୍ଦ୍ର ଦାସକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.