ETV Bharat / city

ଯୁବ ବୈଜ୍ଞାନିକଙ୍କ ଅଭିନବ ପ୍ରୟାସ, ଉଦ୍ଭାବନ କଲେ ସୌରଚାଳିତ ସାନିଟାଇଜେସନ ମେସିନ

author img

By

Published : May 11, 2021, 8:39 PM IST

କଠିନ ସମୟରେ ହିଁ ନିଜ ଭିତରେ ଥିବା ପ୍ରତିଭା ହୋଇଥାଏ ବିକଶିତ । ଜୀବନରେ ପ୍ରତିକୂଳ ପରିସ୍ଥିତି ନ ଆସିବା ପର୍ଯ୍ୟନ୍ତ ମଣିଷ ଚିହ୍ନିପାରିନଥାଏ ନିଜ ଭିତରେ ଥିବା ଗୁଣକୁ । ଦେଶରେ କୋରୋନା ମହାମାରୀର ଭୟଙ୍କର ରୂପ ଦେଖିବାକୁ ମିଳିଥିବା ବେଳେ ସାମାଜିକ ଦୂରତା ଆଉ ସାନିଟାଇଜେସନ ହିଁ କୋରୋନା ବିରୋଧୀ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହାକୁ ନେଇ ରାଜଧାନୀର ଯୁବ ବୈଜ୍ଞାନିକ ଶକ୍ତିପ୍ରସାଦ ଏକ ନିଆରା ମେସିନ ଉଦ୍ଭାବନ କରିଛନ୍ତି । ଅଧିକ ପଢନ୍ତୁ...

ଯୁବ ବୈଜ୍ଞାନିକଙ୍କ ଅଭିନବ ପ୍ରୟାସ, ଉଦ୍ଭାବନ କଲେ ସୌରଚାଳିତ ସାନିଟାଇଜେସନ ମେସିନ
ଯୁବ ବୈଜ୍ଞାନିକଙ୍କ ଅଭିନବ ପ୍ରୟାସ, ଉଦ୍ଭାବନ କଲେ ସୌରଚାଳିତ ସାନିଟାଇଜେସନ ମେସିନ

ଭୁବନେଶ୍ବର: କଠିନ ସମୟରେ ହିଁ ନିଜ ଭିତରେ ଥିବା ପ୍ରତିଭା ହୋଇଥାଏ ବିକଶିତ । ଜୀବନରେ ପ୍ରତିକୂଳ ପରିସ୍ଥିତି ନ ଆସିବା ପର୍ଯ୍ୟନ୍ତ ମଣିଷ ଚିହ୍ନିପାରିନଥାଏ ନିଜ ଭିତରେ ଥିବା ଗୁଣକୁ । ଦେଶ ସମେତ ରାଜ୍ୟରେ ସମସ୍ତଙ୍କ ଚିନ୍ତା ବଢାଇଛି କୋରୋନାର ଦ୍ବିତୀୟ ଲହରୀ । ପରିସ୍ଥିତି ଏପରି ଯେ ପ୍ରତିଦିନ କୋରୋନା ସଂକମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେହି ଅନୁପାତରେ କୋରୋନା ମୁକାବିଲା ଲାଗି ଟିକାକରଣ ଚାଲିଥଲେ ମଧ୍ୟ ସଂକମଣ ଉପରେ ରୋକ ଲଗାଯାଇ ପାରୁନି। ଏପରି ସ୍ଥଳେ ସାମାଜିକ ଦୂରତା ଆଉ ସାନିଟାଇଜେସନ ହିଁ କୋରୋନା ବିରୋଧୀ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହାକୁ ନେଇ ରାଜଧାନୀର ଯୁବ ବୈଜ୍ଞାନିକ ଶକ୍ତିପ୍ରସାଦ ଏକ ନିଆରା ମେସିନ ଉଦ୍ଭାବନ କରିଛନ୍ତି। ଯେଉଁଥିରେ ଶରୀରର ତାପମାତ୍ରା ସହିତ ସାନିଟାଇଜେସନ ମଧ୍ୟ ହୋଇ ପାରୁଛି।

ଏହି ମେସିନ ଯେକୌଣସି ସ୍ଥାନରେ ରହିପାରୁଥିବା ବେଳେ ବିନା ବିଦ୍ୟୁତରେ ଅର୍ଥାତ ସୌର ଶକ୍ତିରେ ପରିଚାଳିତ ହେଉଛି। ସାନିଟାଇଜ ପାଇଁ ହାତ ଦେଖାଇବା ମାତ୍ରେ ଏହି ମେସିନ ଦେଖାଉଛି ଶରୀରର ତାପମାତ୍ରା । ଦୁଇଟି କାମ ଏକାବେଳେ ହେଉଥିବାରୁ ତାପମାତ୍ରା ମାପିବା ପାଇଁ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ଆବଶ୍ୟକ ପଡିବ ନାହିଁ । ଫଳରେ ସେମାନେ ମଧ୍ୟ ସଂକ୍ରମଣ ଭୟରୁ ରକ୍ଷା ପାଇପାରିବେ । ସେପଟେ ବିନା ବିଦ୍ୟୁତ ଖର୍ଚ୍ଚରେ ମେସିନଟି କାର୍ଯ୍ୟ କରୁଥିବାରୁ ଏହାକୁ ପସନ୍ଦ କରୁଛନ୍ତି ଅନେକ ଲୋକ ।

ଯୁବ ବୈଜ୍ଞାନିକ ଶକ୍ତିପ୍ରସାଦ ପ୍ରଥମେ ଡିସଇନଫେକ୍ଟାଣ୍ଟ ଟନେଲ ପରେ ଏହି ନିଆରା ମେସିନକୁ ଉଦ୍ଭାବନ କରିଛନ୍ତି । ସେ ନିଜେ ଏହି ମେସିନର ନିର୍ମାଣ କରୁଛନ୍ତି । ସାନିଟାଇଜେସନ ସହିତ ତାପମାତ୍ରା ଏକାବେଳେ ଗୋଟିଏ ମେସିନ କରୁଥିବାରୁ ଅନେକ ଲୋକ ଏହାକୁ ପସନ୍ଦ କରୁଛନ୍ତି । ଶକ୍ତି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡକୁ ମଧ୍ୟ ଏହି ମେସିନ ଯୋଗାଣ ଆରମ୍ଭ କରିଛନ୍ତି ଆଗକୁ ଆହୁରି ଅଭିନବ ମେସିନକୁ ଉଦ୍ଭାବନ କରିବା ପାଇଁ ସେ ଲକ୍ଷ୍ୟ ରଖିଥିବା ବେଳେ ଏହି କାର୍ଯ୍ୟରେ ତାଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ପତ୍ନୀ ବର୍ଷା ।

କୋରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ଲକଡାଉନ ସମୟ ଅନେକ ଲୋକଙ୍କୁ ନିଜ ପ୍ରତିଭାର ବିକାଶ କରିବାରେ ସାହାଯ୍ୟ କରିଛି । ମହାମାରୀ ସମୟ ଯୁବ ବୈଜ୍ଞାନିକ ଶକ୍ତିଙ୍କୁ ଏହି ମେସିନ ଉଦ୍ଭାବନ କରିବାକୁ ସୁଯୋଗ ଦେଇଥିବା ସେ କହିଛନ୍ତି । କୋରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଶକ୍ତିଙ୍କ ଏହି ପ୍ରୟାସ ସ୍ବାଗତଯୋଗ୍ୟ ହୋଇଥିବା ବେଳେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.