ETV Bharat / city

ବାରରେ ଦେଖା, ପାହାଳରେ ଦୁଷ୍କର୍ମ ! ବନ୍ଧାହେଲେ ବ୍ୟବସାୟୀ

ମହଙ୍ଗା ପଡିଲା‌ ବାରରେ ଯୁବତୀଙ୍କ ସହ ଦେଖା ପରେ ରୁମକୁ ନେଇ ବିନା ଅନୁମତିରେ ଶାରୀରିକ ସମ୍ପର୍କ ସ୍ଥାପନ, ବନ୍ଧାହେଲେ ଯୁବକ । ଅଧିକ ପଢନ୍ତୁ

ବିନା ଅନୁମତିରେ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ, ବନ୍ଧାହେଲେ ଯୁବକ

author img

By

Published : May 13, 2022, 6:18 PM IST

ଭୁବନେଶ୍ବର: ମହଙ୍ଗା ପଡିଲା‌ ବାରରେ ଯୁବତୀଙ୍କ ସହ ଦେଖା ପରେ ରୁମକୁ ନେଇ ବିନା ଅନୁମତିରେ ଶାରୀରିକ ସମ୍ପର୍କ ସ୍ଥାପନ । ଶେଷରେ ଯୁବତୀଙ୍କ ଅଭିଯୋଗ କ୍ରମେ ବନ୍ଧା ହେଲେ ଯୁବକ । ପାହାଳ ଥାନା ପୋଲିସ ଆଜି(ଶୁକ୍ରବାର) ସମ୍ପୃକ୍ତ ଯୁବକଙ୍କୁ ବାନ୍ଧିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଣେ ଲୁଗା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କ ସହ ପୀଡିତାଙ୍କ ଏକ ବାରରେ ଦେଖା ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ବିଭିନ୍ନ ସ୍ଥାନରେ ମଧ୍ୟ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ହେଲେ ହଠାତ୍ ଦିନେ ଦେଖା କରିବା ପରେ ଯୁବତୀଙ୍କୁ ପାହାଳ ସ୍ଥିତ ରୁମକୁ ନେଇଥିଲେ ଯୁବକ । ସେଠାରେ ଯୁବତୀଙ୍କ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିଥିବା ନେଇ ସମ୍ପୃକ୍ତ ଯୁବତୀ ଥାନାରେ ଅଭିଯୋଗ କରିଥିଲେ ।

ଗତ ୬ତାରିଖରେ ଯୁବତୀ ଜଣକ ପାହାଳ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ କିଶନ ଅଗ୍ରୱାଲଙ୍କୁ ଗିରଫ କରିଛି । କେସ ନମ୍ବର ୬୬ ଆଧାରରେ ଧାରା ୩୭୬, ୨୯୪, ୫୦୬ ଯୁବକଙ୍କୁ କୋର୍ଟଚାଲାଣ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.