ETV Bharat / city

ଘନ କୁହୁଡି ଆଶଙ୍କା, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି - odisha weather news

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖାଦେବ ଘନ କୁହୁଡି । ଏହାକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅଧିକ ପଢ଼ନ୍ତୁ...

yellow weather warning issued by bhubaneswar meteorological department due to dense fogg
ଘନ କୁହୁଡି ଆଶଙ୍କା, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି
author img

By

Published : Jan 29, 2021, 9:26 PM IST

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖାଦେବ ଘନ କୁହୁଡି । ଏହାକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାସହ ସକାଳ ସମୟରେ ସାବଧାନତାର ସହ ଯାନବାହାନ ଚଳାଇବାକୁ ପରାମର୍ଶ ଦିଆଯାଇଛି।

ଘନ କୁହୁଡି ଆଶଙ୍କା, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

ଶନିବାର ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ବାଲେଶ୍ବର, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ। ଏହାକୁ ନେଇ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଫେବୃଆରୀ ପହିଲାରୁ ବିଭିନ୍ନ ଜିଲ୍ଲାଗୁଡ଼ିକରେ ପୁଣି ପାରଦ ଖସିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ଡିଗ୍ରୀ ତାପମାତ୍ରା ଖସିବ, ସେହିପରି ଉପକୂଳରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି।

ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ଆକାଶ ମେଘାଛନ୍ନ ରହିପାରେ ବୋଲି ଅୁନୁମାନ କରାଯାଇଛି।

ପ୍ରାୟ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଶୁକ୍ରବାର ଅନୁଗୋଳ, କେନ୍ଦୁଝର, ମାଲକାନଗିରି, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଆଂଶିକ କୁହୁଡ଼ି ଦେଖିବାକୁ ମିଳିଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବନିମ୍ନ ୧୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବାଲେଶ୍ଵରରେ ୧୩ ଡିଗ୍ରୀ, ଚାନ୍ଦବାଲିରେ ୧୨.୮ଡିଗ୍ରୀ , ଫୁଲବାଣୀରେ ୧୩ଡିଗ୍ରୀ, ସୁନ୍ଦରଗଡ଼ରେ ୧୩ ଡିଗ୍ରୀ ଓ ଦାରିଙ୍ଗବାଡିରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.