ETV Bharat / city

ଆଜିଠୁ ଅଗଷ୍ଟ 6 ଯାଏଁ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ଉପକୂଳ ଓଡିଶାର ପ୍ରାୟ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆସନ୍ତା 2 ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଲା ପାଣି ପାଗ ବିଭାଗ । ଅଧିକ ପଢନ୍ତୁ...

ଆଜି ଠାରୁ 6 ଅଗଷ୍ଟ ଯାଏଁ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Aug 4, 2020, 1:18 PM IST

Updated : Aug 4, 2020, 1:29 PM IST

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ତେବେ ଉପକୂଳ ଓଡିଶାର ପ୍ରାୟ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ୪ ଅଗଷ୍ଟ ମଙ୍ଗଳବାର ଠାରୁ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତେବେ ୨୪ଘଣ୍ଟାରେ ରେକର୍ଡ ହୋଇଥିବା ଅତି ପ୍ରବଳବର୍ଷାର ମାତ୍ରା ୧୧୫.୬ ମିମି ରୁ ୨୦୪.୪ ମିମି ରେକର୍ଡ ହୋଇଥିବାବେଳେ, ପୁରୀ ଜିଲ୍ଲା ପିପିଲିରେ ୧୪୪.୦ ମିମି ଏବଂ ନିମାପଡା ରେ ୧୩୦.୮ ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି ପ୍ରବଳ ବର୍ଷା ର ମାତ୍ରା ୬୪.୫ ରୁ ୧୧୫.୫ ମିମି ରେକର୍ଡ ହୋଇଛି । ସେହିପରି ପୁରୀ ଜିଲ୍ଲା ଗୋପ ବ୍ଲକରେ ୯୮.୨, ସତ୍ୟବାଦୀରେ ୮୭.୦, କାକଟପୁରରେ ୭୪.୩ ଭଦ୍ରକର ଚାନ୍ଦବାଲିରେ ୯୫.୮, ଭଦ୍ରକ ୬୫.୦, କେନ୍ଦୁଝରର ଯୋଡ଼ାରେ ୭୨.୮, ସମ୍ବଲପୁର କୁଚିଣ୍ଡାରେ ୬୫.୨, ଦେବଗଡ଼ର ବରକୋଟ ରେ ୧୦୩.୬, ଖୋର୍ଦ୍ଧାର ବାଲିପାଟଣା ରେ ୧୧୪.୬, କୋରାପୁଟର କୋଟପାଡରେ ୭୨.୦ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବର ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Last Updated : Aug 4, 2020, 1:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.