ETV Bharat / city

ଜୀବନର ଶେଷ ପର୍ଯ୍ୟନ୍ତ ତମାଖୁ ବର୍ଜନ ପାଇଁ ଲୋକମାନଙ୍କୁ ସଚେତନ କରିବି:ସ୍ମରଜିତ - massage

ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏନଏସଏସ,ମାଧ୍ୟମିକ ଶିକ୍ଷା ପରିଷଦ ଓ ସଲାମ ଜୀବନ ପକ୍ଷରୁ ସ୍ଥାନୀୟ କମଳା ନେହେରୁ ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଛନ୍ତି କଟକର ସ୍ମରଜିତ କାନୁନଗୋ।

ଫଟୋ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 1, 2019, 9:52 PM IST

ଭୁବନେଶ୍ୱର:ସାଙ୍ଗସାଥୀଙ୍କ କଥାରେ ଚାକଚକ୍ୟ ଦୁନିଆ ଭିତରେ ଟିକିଏ ଖୁସି ପାଇଁ ଜୀବନକୁ ବିପଦ ମୁଖକୁ ଠେଲି ଦିଅନ୍ତୁ ନାହିଁ । ନିଜ ପରିବାର ଓ ପିଲାଛୁଆଙ୍କ ପାଇଁ ନିଶା ଠାରୁ ଦୂରେଇ ରହି ଖୁସିରେ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁସି ବାଣ୍ଟନ୍ତୁ । ଶୁକ୍ରବାର କର୍କଟ ଦିବସ ଅବସରରେ ଏପରି ଲୋକଙ୍କୁ ସଚେତନ କରାଇଛନ୍ତି କଟକର ସ୍ମରଜିତ କାନୁନଗୋ ।

ସୂଚନା ମୂତାବକ, ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏନଏସଏସ,ମାଧ୍ୟମିକ ଶିକ୍ଷା ପରିଷଦ ଓ ସଲାମ ଜୀବନ ପକ୍ଷରୁ ସ୍ଥାନୀୟ କମଳା ନେହେରୁ ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଶ୍ରୀ କାନୁନଗୋ ପିଲାମାନଙ୍କୁ ଜୀବନକୁ ବୁଝିବା ଆଗରୁ ଶେଷ ହେବାକୁ ନ ଦେଇ ଏବେ ଠାରୁ ତମ୍ବାଖୁ ଭଳି ଜୀବନ ନାଶକ ଆତ୍ମଘାତୀ ଫାସରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ଉଲ୍ଲେଖଯୋଗ୍ୟ କି, ଶ୍ରୀ କାନୁନଗୋ କ୍ୟାନ୍ସରରେ ପୀଡିତ ହେବା ପୂର୍ବରୁ ଫାର୍ମା ବ୍ୟବସାୟରେ ସଫଳ ବ୍ୟକ୍ତି ଥିଲେ । ଶିକ୍ଷିତ ହେବା ସହିତ ଭଲ ରୋଜଗାର ମଧ୍ୟ କରିଥିଲେ । କିନ୍ତୁ ଖାମଖିଆଲି ଭାବେ ତମ୍ବାଖୁ ଜାଲରେ ପଡିବା ସହିତ କ୍ୟାନ୍ସରରେ ପୀଡିତ ହେଲେ ।

ତେବେ ଭାଗ୍ୟବଶତଃ ଠିକ ସମୟରେ ରୋଗ ଚିହ୍ନଟ ହେବା ସହିତ ତାର ଚିକିତ୍ସା ଓ ପରିବାର ଲୋକଙ୍କ ସେବା ପାଇଁ ସେ ଆଜି ପୁଣି ଥରେ ଦୁନିଆ ଦେଖି ପାରିଥିବା କହିଛନ୍ତି । ତେଣୁ ଜୀବନର ଶେଷ ପର୍ଯ୍ୟନ୍ତ ନିଜେ କରିଥିବା ଭୁଲ ଯେପରି ଅନ୍ୟ କେହି କରି ହୀନସ୍ଥା ନ ହୁଅନ୍ତୁ, ସେଥିପାଇଁ ସେ ପ୍ରତିଦିନ 10 ଜଣ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ସେଥିମଧ୍ୟରୁ ଯଦି ଜଣେ କେହି ତାଙ୍କ କଥା ମାନି ତମାଖୁ ଛାଡି ଦିଏ ତେବେ ତାକୁ ସେ ନିଜର ସଫଳତା ବୋଲି କୁହନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.