ETV Bharat / city

ଅବସାଦର ଅନ୍ୟ ନାମ ଆତ୍ମହତ୍ୟା; ଜାଲରେ ଯୁବପୀଢି - ପୂର୍ବତନ ପୋଲିସ ଡିଜି

ଡିପ୍ରେସନ ଶିକାର ହୋଇ ଆତ୍ମହତ୍ୟା ଭଳି ରାସ୍ତା ବାଛୁଛନ୍ତି 15ରୁ 20 ବର୍ଷର ଯୁବପୀଢି । ଆତ୍ମହତ୍ୟା ସଂଖ୍ୟା ନିୟନ୍ତ୍ରଣ ପାଇଁ ଆଜି ବିଶ୍ବରେ ପାଳିତ ହୋଇଛି ଆତ୍ମହତ୍ୟା ନିରୋଧ ଦିବସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 10, 2019, 11:12 PM IST

ଭୁବନେଶ୍ବର: ଆଜିର ସମୟରେ ଏକ ମୁଖ୍ୟ ସମସ୍ୟା ପାଲଟିଛି ଆତ୍ମହତ୍ୟା । ବଢୁଥିବା ଆତ୍ମହତ୍ୟା ସଂଖ୍ୟା ସମାଜ ଲାଗି ନିଶ୍ଚିତ ଚିନ୍ତାର ବିଷୟ । ବିଶେଷ କରି ଯୁବପୀଢି ଅଧିକ ପରିମାଣରେ ଆତ୍ମହତ୍ୟା କରିବା ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏହି ସମସ୍ୟାର ପ୍ରତିକାର କରିବା ଉଦ୍ଦେଶ୍ୟରେ ଆଜି ତଥା ସେପ୍ଟେମ୍ବର 10କୁ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ରୂପେ ପାଳନ କରୁଛି । ରାଜଧାନୀରେ ମଧ୍ୟ କିଛି ମନସ୍ତତ୍ବଃବିତ ପାଳିଛନ୍ତି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆତ୍ମହତ୍ୟା ଏପରି ଏକ ପ୍ରକ୍ରିୟା ଯାହା ଜାଣିଶୁଣି ନିଜକୁ ମୃତ୍ୟୁମୁଖରେ ପକାଇଥାଏ । ଏଥିପାଇଁ କୌଣସି ବ୍ୟକ୍ତିବିଶେଷ କିମ୍ବା ପରିସ୍ଥିତି ଦାୟୀ ନଥାଏ । ସେମାନଙ୍କର ସମ୍ପୃକ୍ତି ପରୋକ୍ଷ ଭାବେ ହୋଇପାରିଥାଏ କିନ୍ତୁ ସମ୍ପୃକ୍ତ ବ୍ୟକ୍ତିର ଚିନ୍ତାଧାରା ଓ କାର୍ଯ୍ୟକଳାପ ପ୍ରତ୍ୟକ୍ଷ ଭାବେ ଏହି ପ୍ରକ୍ରିୟାକୁ ପରିଚାଳିତ କରିଥାଏ । ମାନସିକ ଚିନ୍ତା, ଅବସାଦ, ମାନସିକ ଅସନ୍ତୁଳନ, ମାନସିକ ବିକୃତ, ପାରିବାରିକ କଳହ, ଗମ୍ଭୀର ରୋଗ, ଆର୍ଥିକ ଦୁର୍ବଳତା, ପରୀକ୍ଷାରେ ଅସଫଳ ହେବା ଆତ୍ମହତ୍ୟାର କାରଣ ସାଜିଥାଏ । ଆର୍ଥିକ ସମସ୍ୟା ମଧ୍ୟ ଆତ୍ମହତ୍ୟାର କାରଣ ସାଜିଥାଏ । ସାମାଜିକ ସମ୍ମାନ ହରାଇବା ଯୁବପିଢିଙ୍କୁ ଆଦୌ ପସନ୍ଦ ନୁହେଁ । ଯାହାଦ୍ବାରା ଅପମାନିତ ହୋଇ ଆତ୍ମହତ୍ୟାର ରାସ୍ତା ବାଛି ନିଅନ୍ତି ।

ପ୍ରତି ୪୦ ସେକେଣ୍ଡରେ ଆତ୍ମହତ୍ୟା ହେଉଛି । ୪୦ରୁ ୪୫ ବର୍ଷର ମହିଳା ଆତ୍ମହତ୍ୟା କରନ୍ତି କିନ୍ତୁ ମହିଳା ଓ ପୁରୁଷ ତୁଳନାରେ, ମହିଳାମାନେ ଅଧିକ ଆତ୍ମହତ୍ୟା ଉଦ୍ୟମ କରନ୍ତି କିନ୍ତୁ ପୁରୁଷ ଅଧିକ ପ୍ରାଣ ହରାନ୍ତି । ୯୦ ପ୍ରତିଶତ ବଞ୍ଚିବାକୁ ଚାହାନ୍ତି କିନ୍ତୁ ଡିପ୍ରେସନର ଶିକାର ହୋଇ ସେମାନେ ଆତ୍ମହତ୍ୟା ଉଦ୍ୟମ କରନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଣାଶୁଣା ମନସ୍ତତ୍ବଃବିତ ଅମ୍ରିତ ପାଟଯୋଶୀ ।

ସେହିପରି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ରଙ୍କ କହିବା ଅନୁଯାୟୀ କେବଳ ଭାରତରେ ନୁହେଁ ବରଂ ଉନ୍ନତ ଦେଶରେ ମଧ୍ୟ ଅଧିକାଂଶ ଆତ୍ମହତ୍ୟା ହେଉଛି । ଆଜିର ଯୁବପୀଢୀ ପ୍ରେମରେ ଧୋକା ସହି ପାରୁନାହାନ୍ତି । ଯାହାଦ୍ବାରା ଅଧିକାଂଶ ଯୁବକ, ଯୁବତୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମିତି ଦେଖିବାକୁ ଗଲେ ଅଧିକାଂଶ ଆତ୍ମହତ୍ୟାର ମୁଖ୍ୟ ପ୍ରସଙ୍ଗ ପାଲଟିଥାଏ ପ୍ରେମରେ ବିଫଳ ।

ଆତ୍ମହତ୍ୟାର ଆଉ ଏକ ମୁଖ୍ୟ କାରଣ ହେଲା ବେକାରୀ ସମସ୍ୟା । ଚାକିରୀ ହରାଇବା ଏବଂ ପରିବାର ପୋଷିବାରେ ଅସମର୍ଥ ହେବା କାରଣରୁ ମଧ୍ୟ ଯୁବପୀଢି ଆତ୍ମହତ୍ୟା କରିଥାନ୍ତି । ଏପରିକି ଚାକିରୀ କରୁଥିବା ସମୟରେ ଉପରିସ୍ଥ ଅଧିକାରୀ କିମ୍ବା ଉପରିସ୍ଥ ଅଧିକାରୀଙ୍କ ମାନସିକ ଅତ୍ୟାଚାର ଏବଂ କର୍ମଚାପରେ ମଧ୍ୟ ଆତ୍ମହତ୍ୟା ଭଳି ରାସ୍ତାକୁ ଆପଣାଇ ନିଅନ୍ତି ଯୁବପୀଢି । ବେଳେବେଳେ ଅଫିସରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସବୁବେଳେ ଟାର୍ଗେଟ କରାଯିବା ଦ୍ବାରା ସେ ଅବସାଦର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି ।

ଆତ୍ମହତ୍ୟା ଏକ ଅପରାଧ ନୁହେଁ, ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ, ଦାରିଦ୍ର୍ୟତା ଯୋଗୁଁ ଆତ୍ମହତ୍ୟା ହୁଏନାହିଁ । ଧନୀ ରାଷ୍ଟ୍ରରେ ଅଧିକ ସୁଇସାଇଡ ହୋଇଥାଏ । ଏହା ଏଭଳି ଏକ ଅପରାଧ ଯାହାପାଇଁ କେହି ଦଣ୍ଡିତ ହୋଇପାରେ ନାହିଁ । କିନ୍ତୁ ହଁ ଯିଏ ଆତ୍ମହତ୍ୟା କରିବାକୁ ଉଦ୍ୟମ କରେ ତାକୁ ଦଣ୍ଡିତ କରାଯାଇପାରିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ପ୍ରତି ୪୦ ସେକେଣ୍ଡରେ ଆତ୍ମହତ୍ଯା ହେଉଛି,ଆତ୍ମହତ୍ଯା ଉଦ୍ଯମ ଏକ ଅପରାଧBody:ଅମ୍ରିତ ପାଟଯୋଷି,ମନସ୍ତତ୍ବବିତ

ପ୍ରତି ୪୦ ସେକେଣ୍ଡରେ ଆତ୍ମହତ୍ଯା ହେଉଛି
୧୫ରୁ ୨୫ ବର୍ଷର ପୁରୁଷ କ୍ଷେତ୍ରରେ ଆତ୍ମହତ୍ଯା କରନ୍ତି
୪୦ରୁ ୪୫ ବର୍ଷର ମହିଳା କ୍ଷେତ୍ରରେ ଆତ୍ମହତ୍ଯା କରନ୍ତି
କିନ୍ତୁ ମହିଳା ଓ ପୁରୁଷ ତୁଳନାରେ ,ମହିଳାମାନେ ଅଧିକ ଆତ୍ମହତ୍ଯା ଉଦ୍ଯମ କରନ୍ତି କିନ୍ତୁ ପୁରୁଷ ଅଧିକ ମରନ୍ତି
୯୦ ପ୍ରତିଶତ ବଂଚିବାକୁ ଚାହାନ୍ତି କିନ୍ତୁ ସେମାନେ ଆତ୍ମହତ୍ଯା ଉଦ୍ଯମ କରନ୍ତି କାରଣ ସେମାନେ ଡିପ୍ରେସନ ଶିକାର ହୁଅନ୍ତି

ବିପିନବିହାରି ମିଶ୍ର,ପୁର୍ବତନ ପୋଲିସ ଡିଜି

ଆତ୍ମହତ୍ଯା ଏକ ଅପରାଧ ନୁହେଁ,
ଆତ୍ମହତ୍ଯା ଉଦ୍ଯମ ଏକ ଅପରାଧ
ଦାରିଦ୍ର୍ଯ ଯୋଗୁଁ ଆତ୍ମହତ୍ଯା ହୁଏନାହିଁ
ଧନିରାଷ୍ଟ୍ରରେ ଅଧିକ ସୁଇସାଇଡ ହୋଇଥାଏ
ଏହା ଏଭଳି ଏକ ଅପରାଧ ପାଇଁ ଜଣେ ଦଣ୍ଡିତ ହୋଇପାରେ ନାହିଁ କାରଣ ସେ ମୃତ ହୋଇଥାଏ।
କିନ୍ତୁ ଯିଏ ଆତ୍ମହତ୍ଯା ଉଦ୍ଯମ କରିବ ଯିଏ ସିଏ ଦଣ୍ଡ ପାଏ
Conclusion:ବାଇଟ-ଅମ୍ରିତ ପାଟଯୋଷି,ମନସ୍ତତ୍ବବିତ
ବାଇଟ-ବିପିନବିହାରି ମିଶ୍ର,ପୁର୍ବତନ ପୋଲିସ ଡିଜି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.