ETV Bharat / city

ଥାନା ଅଧିକାରୀ ଦେବେ ପରିକ୍ଷା, ଅଭିଯୋଗକାରୀ କରିବେ ନିରୀକ୍ଷା - ଅଭିଯୋଗକାରୀ

ଓଡ଼ିଶା ପୋଲିସ ପକ୍ଷରୁ ‘ମୋ ସରକାର’ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଥାନାରେ କିପରି ସ୍ବଚ୍ଛତା ଆସିବା ସେଥିପାଇଁ ପୋଲିସର ବ୍ୟବହାର ଓ କାର୍ଯ୍ୟାନୁଷ୍ଠାନ ନେଇ ଦିଆଯିବ ତାଲିମ । ପୋଲିସର ବ୍ୟବହାର ନେଇ ଅଭିଯୋଗକାରୀଙ୍କ ମତାମତ ନିଆଯିବ ବୋଲି ପୋଲିସ ଡିଜି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 30, 2019, 12:09 PM IST

Updated : Aug 30, 2019, 12:58 PM IST

ଭୁବନେଶ୍ବର: ଏଣିକି ସରକାରଙ୍କର ସ୍ବଚ୍ଛତାର ପ୍ରମାଣ ମିଳିବ ଥାନା ସ୍ତରରୁ । କାରଣ ଖୁବଶିଘ୍ର ଲାଗୁ ହେବାକୁ ଯାଉଛି ‘ମୋ ସରକାର ଯୋଜନା’ । ଯେଉଁଠି ତୃଣମୁଳ ସ୍ତରରେ ଲୋକେ ଅଭିଯୋଗ କଲେ କେମିତି ନ୍ୟାୟ ପାଇବେ ସେଥିପାଇଁ ସାହାଯ୍ୟ କରିବ ପୋଲିସ ।

ତେଣୁ ପୋଲିସଙ୍କ ଠାରୁ ହିଁ ଆରମ୍ଭ ହେବ ସ୍ବଚ୍ଛତାର ମାପଦଣ୍ଡ । ଏଥିପାଇଁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ଯେଉଁଥିରେ ଥାନା ଅଧିକାରୀ ଦେବେ ପରୀକ୍ଷା ଆଉ ତାହାର ନିରୀକ୍ଷା କରିବେ ଅଭିଯୋଗକାରୀ । ଏଥିପାଇଁ ଜିଲ୍ଲା ସ୍ତରର ଦୁଇ ଜଣ ଲେଖାଏଁ ଅଫିସରଙ୍କୁ ଡିଜି କ୍ୟାମ୍ପ ଅଫିସରେ ସ୍ବତନ୍ତ୍ର କର୍ମଶାଳାରେ ଦିଆଯାଇଛି ତାଲିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଉ ତାଲିମ ପ୍ରାପ୍ତ ଅଫିସର ମାନେ ନିଜ ଜିଲ୍ଲାକୁ ଯାଇ ଜିଲ୍ଲାର ଥାନା ଲେଭଲର ଅଫିସରଠୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ତାଲିମ ଦେବେ । କିପରି ଜଣେ ଅଭିଯୋଗକାରୀ ଆସିଲେ ତାକୁ ସାମ୍ନା କରିବେ ? ତାଙ୍କର ଅଭିଯୋଗ ଗ୍ରହଣ କରି ତାଙ୍କୁ କିପରି ବ୍ୟବହାର କରିବେ? ସାଧାରଣ ଲୋକ ତାର ଅଭିଯୋଗ ପରେ ପୋଲିସ କିପରି ତାକୁ ସମାଧାନ କରିବାର ସାହାଯ୍ୟ କରୁଛି ଭଳି ୮ଟି ମାପଦଣ୍ଡକୁ ନେଇ ତାଲିମ ଦିଆଯାଇଛି ।

ଯାହାକୁ ପରବର୍ତ୍ତୀ ପର୍ଯାୟରେ ସିସିଟିଏନଏସରେ ପୋଲିସ ଅଧିକାରୀ ରେକର୍ଡ କଲା ପରେ ତାକୁ ନେଇ ପରବର୍ତ୍ତୀ ପର୍ଯାୟରେ କଲସେଣ୍ଟର ଜରିଆରେ ଅଭିଯୋଗକାରିଙ୍କୁ ଏସମ୍ପର୍କରେ ପଚରାଯିବ । ଏହାଦ୍ବାରା ଅଭିଯୋଗକାରୀ ନିରୀକ୍ଷଣ କରିଥିବା ଅର୍ଥାତ ଅନୁଭବ କରିଥିବା ପୋଲିସ ଅଧିକାରିଙ୍କ ବ୍ୟବହାର ସମ୍ପର୍କରେ ଉପରିସ୍ଥ ଅଧିକାରୀ ଜାଣିପାରିବେ । ଏହାଦ୍ବାରା ଲାଞ୍ଚ କାରବାରଠୁ ଆରମ୍ଭ କରି ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିସହ ଥାନାସ୍ତରରୁ ବାହାରିଥିବା ରିପୋର୍ଟ କାର୍ଡ ଜରିଆରେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ଉପାୟ ସମ୍ପର୍କରେ ଜାଣିହେବ ବୋଲି କହିଛନ୍ତି ପୋଲିସ ଡିଜି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 30, 2019, 12:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.