ETV Bharat / city

ମୁଁ ମମତାର ମୂର୍ତ୍ତି, ମୁଁ ହିଁ ଶକ୍ତି...ମାର୍ଚ୍ଚ 1ରୁ ଆସୁଛି ମୁଁ... - ମୁଁ ନାରୀ

ଆଜିର ନାରୀ ଆଉ ଚାରିକାନ୍ଥରେ ଆବଦ୍ଧ ହୋଇ ରହିନି । ଇଟିଭି ଭାରତର ଉପସ୍ଥାପନାରେ ଆମେ ଏମିତି କିଛି ଉଦ୍ଦ୍ୟୋଗୀ ମହିଳାଙ୍କ କାହାଣୀ ନେଇ ଆସୁଛୁ ମାର୍ଚ୍ଚ ଏକ ତାରିଖରୁ । ଅଧିକ ପଢନ୍ତୁ...

ମୁଁ ନାରୀ...
ମୁଁ ନାରୀ...
author img

By

Published : Feb 28, 2020, 12:57 PM IST

Updated : Feb 28, 2020, 1:16 PM IST

ଭୁବନେଶ୍ବର: ସ୍ରଷ୍ଟାଙ୍କ ସେ ଅନନ୍ୟ ସୃଷ୍ଟି, କେବେ ଜନନୀ ହୋଇ ନିଜ ସନ୍ତାନ ପାଇଁ ଢାଳି ଦିଏ ଅଜସ୍ର ମମତା ତ କେବେ ଭଗିନୀ ରୂପେ ବିଦ୍ୟମାନ ହୋଇ ପରଷେ ସ୍ନେହ..ପୁଣି କେବେ ଜାୟା ହୋଇ ସମର୍ପି ଦିଏ ନିଜର ସବୁ କିଛି ..ସେ କରୁଣାମୟୀ ସେ ମମତାମୟୀ . ..ସେ ସରଳ ସେ କୋମଳ ..କିନ୍ତୁ ସମୟ ଆସିଲେ ସେ ସବୁ ବାଧାବିଘ୍ନକୁ ସାମ୍ନା କରିବାର ଧୈର୍ଯ୍ୟ ଓ ସାହସ ମଧ୍ୟ ରଖେ..ସମୟ ସହିତ ସମାଜରେ ଆଜି ବଦଳୁଛି ନାରୀର ପରିଭାଷା ।

ମୁଁ ସତୀ, ମୁଁ ହିଁ ଶକ୍ତି...ମାର୍ଚ୍ଚ 1ରୁ ଆସୁଛି ମୁଁ...

ଆଜିର ନାରୀ ଆଉ ଚାରିକାନ୍ଥରେ ଆବଦ୍ଧ ହୋଇ ରହିନି । ପୁରୁଷ ପ୍ରଧାନ ସମାଜରେ ନିଜ ଦମ୍ଭରେ ନିଜକୁ ନିଜେ ପ୍ରମାଣିତ କରି ପୁରୁଷ ସହିତ କେବଳ ପାଦକୁ ପାଦ ମିଶାଇ ନୁହେଁ ବରଂ ଏକ ପାଦ ଆଗକୁ ଯାଇ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ଝିଅ ଆଉ ବୋଝ ହୋଇ ରହିନି ବରଂ ନିଜେ ପରିବାରର ବୋଝ ମୁଣ୍ଡେଇବାରେ ସକ୍ଷମ । ନିଜ ଆତ୍ମ ସମ୍ମାନର ଲଢେଇ ନିଜେ ଲଢ଼ିବାରେ ସେ ସମର୍ଥ।

ଘର କାମ ଠାରୁ ଆରମ୍ଭ କରି ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ନାରୀ ନିଜର ପାରିଦର୍ଶିତା ଦେଖାଇ ପ୍ରମାଣ କରିଛି ଯେ ତା’ପାଇଁ ସବୁ କିଛି ସମ୍ଭବ । ଆଉ ସେଥିପାଇଁ ତ ସେ ଗର୍ବରେ କହେ "ମୁଁ ନାରୀ "।

ଇଟିଭି ଭାରତର ଉପସ୍ଥାପନାରେ ଆମେ ଏମିତି କିଛି ଉଦ୍ଦ୍ୟୋଗୀ ମହିଳାଙ୍କ କାହାଣୀ ନେଇ ଆସୁଛୁ ମାର୍ଚ୍ଚ ଏକ ତାରିଖରୁ । ଯେଉଁମାନେ ଘର ଏରୁଣ୍ଡି ଡେଇଁ ସବୁ ଝଡଝଞ୍ଜାକୁ ଭୃକ୍ଷେପ ନକରି ବ୍ୟବସାୟିକ କ୍ଷେତ୍ରରେ ପଦାର୍ପଣ କରି କେବଳ ନିଜେ ନୁହେଁ ବରଂ ଅନ୍ୟଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରି ପାରିଛନ୍ତି । ତେବେ ଦେଖନ୍ତୁ ମାର୍ଚ୍ଚ ପହିଲାରୁ ଇଟିଭି ଭାରତର ବିଶେଷ "ମୁଁ ନାରୀ " ।

Last Updated : Feb 28, 2020, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.