ETV Bharat / city

ରାଜଧାନୀରୁ ମୁର୍ମୁଷୁ ଅବସ୍ଥାରେ ମିଳିଲେ ମୟୂରଭଞ୍ଜ ଶିକ୍ଷୟତ୍ରୀ, ମା’ଙ୍କ ପାଇଁ ବଞ୍ଚିଲା ଜୀବନ ! - ମୟୂରଭଞ୍ଜ ଶିକ୍ଷୟତ୍ରୀ ରାଜଧାନୀରୁ ଉଦ୍ଧାର

ରାଜଧାନୀରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଶିକ୍ଷୟତ୍ରୀ ଉଦ୍ଧାର । ତାଙ୍କ ବୟସ ୨୬ ବର୍ଷ ହୋଇଥିବାବେଳେ ସେ ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ

ରାଜଧାନୀରୁ ମୁର୍ମୁଷ ଅବସ୍ଥାରେ ଉଧାର ନାବାଳିକା ନୁହେଁ ଜଣେ ଶିକ୍ଷୟତ୍ରୀ

author img

By

Published : Jan 3, 2022, 12:40 PM IST

ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ପେଟ୍ରୋଲ ଟାଙ୍କି କଡ଼ରୁ ଶିକ୍ଷୟତ୍ରୀ ଉଦ୍ଧାର । ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କଲେ ପରିବାର । ତାଙ୍କ ବୟସ ୨୬ ବର୍ଷ ହୋଇଥିବାବେଳେ ସେ ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ସୂଚନାଅନୁଯାୟୀ ମହିଳା ଶିକ୍ଷୟତ୍ରୀ ଜଣଙ୍କ ମୟୂରଭଞ୍ଜର ହୋଇଥିବା ବେଳେ ଗତକାଲି ପରିବାର ସଦସ୍ୟଙ୍କୁ ନ ଜଣାଇ ବସ୍ ଯୋଗେ ଭୁବନେଶ୍ବର ପଳାଇ ଆସିଥିଲେ । ପହଞ୍ଚିବା ପରେ ସେ ତାଙ୍କ ମା’ଙ୍କୁ ଫୋନରେ ଯୋଗାଯୋଗ କରିଥିଲେ । ଏହା ଜାଣିବାପରେ ତାଙ୍କ ମା’ ୧୧୨ କୁ ଫୋନ କରି ଝିଅ ନିଖୋଜ ସହ ଭୁବନେଶ୍ବରରେ ଥିବା ଜଣାଇଥିଲେ ।

ଏହି ସୂଚନା ପାଇବା ପରେ ୧୧୨ କଣ୍ଟ୍ରୋଲରୁମରୁ ଏକ କଲ କମିସନରେଟ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିଲା । ଏହାପରେ ପିସିଆର ୭ ଘଟଣାସ୍ଥଳକୁ ଯାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଶିକ୍ଷୟତ୍ରୀଙ୍କ ମା ଭୁବନେଶ୍ବରରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ଜଣାଇବାରୁ ପିସିଆର ପହଞ୍ଚିବା ପୂର୍ବରୁ ସମ୍ପର୍କୀୟ ଜଣଙ୍କ ମଞ୍ଚେଶ୍ୱର ଥାନା ପେଟ୍ରୋଲ ଟାଙ୍କି ନିକଟରୁ ଯୁବତୀଙ୍କୁ ଘରକୁ ନେଇ ଯାଇଥିଲେ।

ତେବେ ଆଜି ସକାଳେ ରାଜଧାନୀରୁ ନାବାଳିକା ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ଖବର ଚାରିଆଡେ ନିଆଁ ଭଳି ବ୍ୟାପିଯାଇଥିଲା । PCR ମହିଳାଙ୍କୁ ଖୋଜି ନ ପାଇବା ଆଧାରରେ ଏପରି ତଥ୍ୟହୀନ ଖବର ପ୍ରସାରିତ ହୋଇଥିଲା । କିନ୍ତୁ ପୋଲିସର ସୂଚନା ପରେ ସବୁ ସନ୍ଦେହ ଦୂରୀଭୂତ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.