ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୂଜାର ମାହୋଲରେ ଘଟିଛି ଲଜ୍ଜାଜନକ ଘଟଣା । ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀର କ୍ୟାପିଟାଲ ଥାନା ଅଞ୍ଚଳରେ ।
ଭୁବନେଶ୍ବର ରେଳଷ୍ଟେସନ ନିକଟ ବସଷ୍ଟାଣ୍ଡ କଡରେ ଥିବା ଏକ ହୋଟେଲରେ କାମ କରୁଥିଲେ ଏକ ଦମ୍ପତି । ରାତିରେ ଶୋଇଥିବା ସମୟରେ ସ୍ବାମୀ ଜଣଙ୍କ ବାଥରୁମ ଯାଇଥିଲେ । ଏହି ସୁଯୋଗ ନେଇ ସମ୍ପୃକ୍ତ ହୋଟେଲର ମ୍ୟାନେଜର ସୁକାନ୍ତ ନାୟକ ମହିଳାକୁ ଦୁଷ୍କର୍ମ କରିଥିଲେ। ଏପରିକି ମହିଳାଙ୍କ ସ୍ବାମୀ ଆସି ଦେଖିବା ପରେ ବିରୋଧ ସତ୍ବେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ସ୍ବାମୀ ସାମ୍ନାରେ ଦୁଷ୍କର୍ମ କରିଥିଲା ।
ଏନେଇ ମହିଳା ଜଣଙ୍କ କ୍ୟାପିଟାଲ ଥାନାରେ ଜଣାଇବା ପରେ ସମ୍ପୃକ୍ତ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁକାନ୍ତ ନାୟକକୁ ଗିରଫ କରିଛି । ଆଇପିସିର ଧାରା ୩୭୬ରେ କୋର୍ଟ ଚାଲାଣ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ