ETV Bharat / city

ସ୍ମାର୍ଟସିଟିରେ ଅସୁରକ୍ଷିତ ମହିଳା, ଛୁଆ ସାମ୍ନାରେ ମା’କୁ ଦୁର୍ବୃତ୍ତଙ୍କ ବିଧା ଗୋଇଠା

author img

By

Published : Mar 11, 2020, 4:48 PM IST

Updated : Mar 12, 2020, 12:01 AM IST

ବିଚ୍‌ ରାସ୍ତାରେ ମହିଳାଙ୍କୁ ଦୁର୍ବୃତ୍ତଙ୍କ ମାଡ । ବିନ୍ଦୁସାଗର ପ୍ଲଟ ନମ୍ବର ୨୨୬୩ର ଘଟଣା । ଛୁଆ ଆଗରେ ମା’କୁ ନିର୍ଦ୍ଧୁମ ପିଟିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ.....

ସ୍ମାର୍ଟ ସିଟିରେ ଅସୁରକ୍ଷିତ ମହିଳା, ହାତବାନ୍ଧି ବସିଛି କମିସନରେଟ ପୋଲିସ

ଭୁବନେଶ୍ବର: ନିକଟରେ ଖୁବ୍ ଧୁମଧାମରେ ପାଳନ କରାଯାଇଥିଲା ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ନେଇ ଅନେକ ଲମ୍ବା ଚଉଡା ଭାଷଣ ମଧ୍ୟ ଶୁଣିବାକୁ ମିଳିଥିଲା । ଆଉ ମହିଳା ଦିବସ ଶେଷ ହେବା ସହ ସରିଛି ମହିଳାଙ୍କ ସୁରକ୍ଷା ଚିନ୍ତା । ସେଥିପାଇଁ ତ ବିଚ୍ ରାସ୍ତା ଉପରେ ମହିଳାଙ୍କୁ ଗଡେଇ ତଡେଇ ମାଡ ମାରି ଚାଲିଛନ୍ତି ଦୁର୍ବୃତ୍ତ । ନଜର ପକାନ୍ତୁ ଏହି ଭିଜୁଆଲ ଉପରେ ।

ପୁଣି ମହିଳା ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ବିଚ୍‌ ରାସ୍ତାରେ ମହିଳାଙ୍କୁ ଦୁର୍ବୁତ୍ତଙ୍କ ମାଡ । ଏ ଘଟଣା ବିନ୍ଦୁସାଗର ପ୍ଲଟ ନମ୍ବର ୨୨୬୩ର । ପିଲାଙ୍କ ଆଗରେ ମା’କୁ ନିର୍ଦ୍ଧୁମ ପିଟିଲେ ଦୁର୍ବୃତ୍ତ । ବିଧା, ଗୋଇଠା ସହ ତଳେ ପକାଇ ମାରିଲେ ମାଡ । ଏଭଳି ମରଣାନ୍ତକ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଛି କମିସନରେଟ ପୋଲିସର ଲିଙ୍ଗରାଜ ଥାନା ଅଞ୍ଚଳରୁ । ଆଉ ଏସବୁ କଏଦ ହୋଇଛି ସିସିଟିଭିରେ ।

ତେବେ ମାଡ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ ଜମି ଜବର ଦଖଲ ନେଇ ଜାନୁୟାରୀ ମାସରୁ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ରାଗ ରଖି ସବିତା ସେଠି ନାମକ ମହିଳାଙ୍କୁ ତାଙ୍କ ଘର ସାମ୍ନାରେ ଗୋଡାଇ ଗୋଡାଇ ମାରିଛନ୍ତି ଏହି ଦୁର୍ବୁତ୍ତ । ଆଉ ଏବେ ପ୍ରଶ୍ନ ଉଠୁଛି କମିସନରେଟ ପୋଲିସର ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ ।

ଅପରାଧିଙ୍କ ଉତ୍ପାତ ସତ୍ତ୍ବେ ହେଉନି ଆଖିଦୃଶିଆ କାର୍ଯାନୁଷ୍ଠାନ । ତେବେ ଏଭଳି ଘଟଣା ନୂଆ ନୁହେଁ ପୂର୍ବରୁ ଅର୍ଥାତ ଫେବୃୟାରୀ ୯ ତାରିଖ ୨୦୨୦ ଶହିଦନଗର ଥାନା ପ୍ଲଟ ନମ୍ବର ୧୩୩ରେ ଜମିଜମା ବିବାଦ ନେଇ ଦୁର୍ବୃତ୍ତ ମାନେ ମଚାଇଥିଲା ଆତଙ୍କ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଯାଁଏ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ବସିଛି କମିସନରେଟ ପୋଲିସ ।

ସେପଟେ ନଭେମ୍ବର ୧୬ ତାରିଖ ୨୦୧୯ ମଞ୍ଚେଶ୍ବର ଥାନା ପଳାଶୁଣି ସତ୍ୟବିହାରର ମହିଳା ଯମୁନା ଦାସଙ୍କୁ ଘରେ ପଶି ଚୁଟି ଟାଣି ମରଣାନ୍ତକ ଆକ୍ରମଣ ସତ୍ତ୍ବେ ମାମଲା ରଫାଦଫା କରିଦେଲା କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 12, 2020, 12:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.