ଭୁବନେଶ୍ବର: ରାଜ୍ୟରେ ଉତ୍କଟ ହେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ସୋମବାର ରାଜ୍ୟରେ କୋରୋନା କବଳରେ ପୁଣି ଗଡିଛି 8 ଜଣଙ୍କ ମୁଣ୍ଡ । ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମୋଟ 645କୁ ବୃଦ୍ଧି ହୋଇଥିବା ଜଣା ପଡିଛି । ସେପଟେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଦିନକୁ ଦିନ ବିସ୍ଫୋରକ ରୂପ ଧାରଣ କରୁଥିବା ବେଳେ ମହାମାରୀ ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ତେବେ ସୋମବାର ଆଖି ବୁଜିଥିବା 8 ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରେ 65 ବର୍ଷୀୟା ଜଣେ ବୃଦ୍ଧା, କଟକରେ 50 ଓ 45 ବର୍ଷୀୟ 2 ପୁରୁଷଙ୍କ ସମେତ ଜଣେ 52 ବର୍ଷୀୟ ମହିଳା ରହିଛନ୍ତି । ଏହା ବ୍ୟତୀତ କନ୍ଧମାଳରେ 55 ବର୍ଷୀୟ ପୁରୁଷ, ରାୟଗଡାରେ 50 ବର୍ଷୀୟ ପୁରୁଷ, ସମ୍ବଲପୁରରେ 51 ବର୍ଷୀୟ ପୁରୁଷ ଓ ସୁବର୍ଣ୍ଣପୁରରେ 70 ବର୍ଷୀୟ ବୃଦ୍ଧଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 645ରେ ପହଞ୍ଚିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ