ETV Bharat / city

ବଢୁଛି ଶୀତ, 15 ଡିଗ୍ରୀ ତଳେ ରାଜ୍ୟର 12 ସହର - ବଢ଼ୁଛି ଶୀତ

ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ରାତ୍ରି ତାପମାତ୍ରା 9.0 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନ୍ୟ କିଛି ସହରରେ ମଧ୍ୟ 15 ଡିଗ୍ରୀ ତଳେ ରହିଛି ତାପମାତ୍ରା । ଅଧିକ ପଢ଼ନ୍ତୁ...

winter storm in the State, twelve cities below 15 degree, temperatures below 15 degree Celsius, ଶୀତର ପ୍ରକୋପ ବୃଦ୍ଧି, ବଢ଼ୁଛି ଶୀତ, 15 ଡିଗ୍ରୀ ତଳେ ରାଜ୍ୟର 12 ସହର,
ବଢ଼ୁଛି ଶୀତ, 15 ଡିଗ୍ରୀ ତଳେ ରାଜ୍ୟର 12 ସହର
author img

By

Published : Nov 24, 2020, 1:54 PM IST

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ । 15 ଡିଗ୍ରୀ ତଳେ ରହିଛି ରାଜ୍ୟର 12 ସହରର ତାପମାତ୍ର। ଗୋଟିଏ ପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇଛି ଯାହାର ପ୍ରଭାବରେ ରାଜ୍ୟର ଦକ୍ଷିଣରେ ଥିବା ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ଥିବାବେଳେ ଅନ୍ୟପଟେ ସାରା ରାଜ୍ୟରେ ବଢ଼ୁଛି ଶୀତ ।

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ରାତ୍ରି ତାପମାତ୍ରା 9.0 ଡିଗ୍ରୀ ରେକର୍ଡ ହୋଇଛି। ଫୁଲବାଣୀରେ 11.0 ଡିଗ୍ରୀ, ସୋନପୁରରେ 11.4 ଡିଗ୍ରୀ, ଅନୁଗୋଳରେ 11.6 ଡିଗ୍ରୀ, ବାରିପଦାରେ 12.0 ଡିଗ୍ରୀ, କେନ୍ଦୁଝରରେ 12.4 ଡିଗ୍ରୀ, ତାଳଚେରରେ 12.5 ଡିଗ୍ରୀ, ଭବାନୀପାଟଣାରେ 13.6 ଡିଗ୍ରୀ, ଝାରସୁଗୁଡାରେ 13.8 ଡିଗ୍ରୀ, କୋରାପୁଟରେ 14.0 ଡିଗ୍ରୀ, କଟକରେ 14.5 ଡିଗ୍ରୀ, ଏବଂ ଚାନ୍ଦବାଲି 14.8 ଡିଗ୍ରୀ ରହିଛି । ରାଜଧାନୀ ଭୁବନେଶ୍ବରରେ ରାତ୍ରି ତାପମାତ୍ରା 16.0 ଡ଼ିଗ୍ରୀ ରେକର୍ଡ ହୋଇଛି ।

ଫୁଲବାଣୀ ଏବଂ ସୁନ୍ଦରଗଡରେ ଘନ କୁହୁଡିର ଆସ୍ତର ଦେଖିବାକୁ ମିଳିଛି । ଦୃଶ୍ୟମାନ ଦୂରତା 100 ମିଟରରୁ କମ୍‌ । କୋରାପୁଟ ଠାରେ ମଧ୍ୟମ ଧରଣର କୁହୁଡି ଏବଂ ଦୃଶ୍ୟମାନ ଦୂରତା 300 ମିଟର। ତାଳଚେର, ବଲାଙ୍ଗୀର ଏବଂ ଭବାନୀପାଟଣା ଠାରେ ହାଲୁକା କୁହୁଡି ଦେଖାଯାଇଥିବା ବେଳେ ଦୃଶ୍ୟମାନ ଦୂରତା 800 ମିଟର ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.