ETV Bharat / city

ସ୍କୁଲ ବନ୍ଦ ଉପରେ ଉତ୍ତର ରଖିଲେ ମନ୍ତ୍ରୀ, 'ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି'

author img

By

Published : Nov 22, 2020, 10:55 AM IST

Updated : Nov 22, 2020, 5:23 PM IST

ବିଧାନସଭା ଶୀତକାଳୀନ ଅଧିବେଶନ
ବିଧାନସଭା ଶୀତକାଳୀନ ଅଧିବେଶନ

17:20 November 22

ସ୍କୁଲ ବନ୍ଦ ଉପରେ ଉତ୍ତର ରଖିଲେ ମନ୍ତ୍ରୀ, 'ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି'

ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ । କୌଣସି ବିଦ୍ୟାଳୟକୁ ଉଦେଶ୍ୟମୂଳକ ଭାବେ ବନ୍ଦ କରିବା ସରକାରଙ୍କ ଉଦେଶ୍ୟ ନୁହେଁ । ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି । ରାଜ୍ୟରେ 14382 ସ୍କୁଲରେ 40ରୁ କମ ଛାତ୍ରଛାତ୍ରୀ ଅଛନ୍ତି । ସେଥିରୁ 7 ହଜାର 772 ସ୍କୁଲକୁ ମିଶ୍ରଣ ପାଇଁ ପକ୍ରିୟା କରାଯାଉଛି ।

16:34 November 22

ଜିଲ୍ଲାସ୍ତରରେ ଥିବା କମିଟିରେ ବିଧାୟକଙ୍କୁ ସାମିଲ କରିବାକୁ ନରସିଂହ ମିଶ୍ରଙ୍କ ଦାବି

ସ୍କୁଲ ବନ୍ଦ ପ୍ରସଙ୍ଗ ରେ ଗୃହରେ ଆଲୋଚନା ଜାରି । କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଜିଲ୍ଲାସ୍ତରରେ ଥିବା କମିଟିରେ ବିଧାୟକଙ୍କୁ ସାମିଲ କରନ୍ତୁ । ବିଧାନସଭା ପରେ ତୁରନ୍ତ ବୈଠକ ଡାକନ୍ତୁ । କେବିକେ ଅଞ୍ଚଳରେ ଏହି ଆଇନ ଲାଗୁ କରାନଯିବାକୁ ଦାବି କରିଛନ୍ତି ନରସିଂହ । ଶିକ୍ଷା ସହାୟକମାନେ ଗୁଣାତ୍ମକ ଶିକ୍ଷା ଦେଇପାରିବେ ନାହିଁ । ଭଲ ଶିକ୍ଷକ ରଖାଯାଉ । ଭଲ ଦରମା ଦିଆ ଯାଉ।ବୋଲି ନରସିଂହ ମିଶ୍ର କହିଛନ୍ତି ।

14:00 November 22

ରାଜ୍ୟରେ 15 ହଜାର 511 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ପକ୍କାଘର

ଭୁବନେଶ୍ବର: ରାଜ୍ୟରେ 15 ହଜାର 511 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ପକ୍କାଘର । ବିଧାନସଭାର ଶୀତଅଧିବେଶନର ତୃତୀୟ ଦିନରେ ମତ ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ତେବେ ୪୬ ହଜାର ୨୫୭ କେନ୍ଦ୍ରର ନିଜସ୍ବ ପକ୍କା ରହିଛି ।  ରାଜ୍ୟରେ 72 ହଜାର 587  ରହିଛି ଅଙ୍ଗନବାଡି  କେନ୍ଦ୍ର ।  

13:45 November 22

ରାଜ୍ୟରେ ଅକ୍ଟୋବର ସୁଦ୍ଧା ପଞ୍ଜିକୃତ ବେକାରୀ ସଂଖ୍ୟା 8 ଲକ୍ଷ 96 ହଜାର

ଭୁବନେଶ୍ବର: ରାଜ୍ୟ ବେକାରୀ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଅକ୍ଟୋବର 31 ସୁଦ୍ଧା ରାଜ୍ୟରେ 8 ଲକ୍ଷ 96 ହଜାର ପଞ୍ଜିକୃତ ବେକାରୀ । ଗତ 6 ବର୍ଷରେ 13 ଲକ୍ଷ 66 ହଜାର 166 ଜଣକୁ ଦିଆଯାଇଛି ତାଲିମ । 

13:44 November 22

ସ୍କୁଲ ମିଶ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଲା ବିଜେଡି

ଭୁବନେଶ୍ବର:  ସ୍କୁଲ ମିଶ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଲା ବିଜେଡି । ସ୍କୁଲ ମିଶ୍ରଣ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି । 2017 ନୀତି ଆୟୋଗ ମିଶ୍ରଣ ପାଇଁ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଆସିଛି ।

13:38 November 22

ସ୍କୁଲ ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଲେ ବିଧାୟକ ପ୍ରତାପ କିଶୋରୀ

ସ୍କୁଲ ବନ୍ଦ ପ୍ରସଙ୍ଗରେ ଭାଗ ନେଇ ବିରୋଧୀଙ୍କ ଉତ୍ତର ରଖିଲେ ବିଧାୟକ ପ୍ରତାପ କିଶୋରୀ ଦେବ । ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି । ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି । ଚାଲି ନ ଜାଣି ବାଟର ଦୋଷ ଦେଲା ଭଳି ବିରୋଧୀ ବ୍ୟବହାର କରୁଛନ୍ତି ।

11:10 November 22

ସ୍କୁଲ ବନ୍ଦ ନେଇ ଗୃହରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଙ୍କ ଉଦବେଗ୍

ଭୁବନେଶ୍ବର:  ସ୍କୁଲ ବନ୍ଦ ନେଇ ଗୃହରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଙ୍କ ଉଦବେଗ୍‌ । ଏପରି ହେଲେ ବହୁ ସ୍କୁଲ ବନ୍ଦ ହୋଇଯିବ । କୋରାପୁଟରେ ପ୍ରାୟ 800 ସ୍କୁଲ ବନ୍ଦ ହୋଇଯାଇପାରେ । ଆମେ ଗୃହର ସଦସ୍ୟ ଏ ବାବଦରେ ଅବଗତ ନାହିଁ, ସାଢେ 11 ହଜାର ସ୍କୁଲ ବନ୍ଦ ହେଲେ ଭବିଷ୍ୟତର ଆତ୍ମଘାତୀ ହେବ । ନିଷ୍ପତ୍ତିର ପୁନଃ ବିଚାର ନ ହେଲେ ପୋଡିୟମରେ ବସିବେ କହିଲେ ବିଷ୍ଣୁ ସେଠୀ ।

11:00 November 22

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗ; ଆଲୋଚନା ଆରମ୍ଭ କଲେ ପ୍ରମିଲା ମଲ୍ଲିକ

ଭୁବନେଶ୍ବର: ମୋସନ ଆଲୋଚନା କରି ସରକାରୀ ଦଳ ମୁଖ୍ୟ ସଚେତକଙ୍କ ବିବୃତ୍ତି ।ସ୍କୁଲକୁ ବନ୍ଦ କରାଯାଇନାହିଁ,ମିଶ୍ରଣ ହୋଇଛି । ଶିକ୍ଷାରୁ ବଞ୍ଚିତ ପାଇଁ ସରକାର ବ୍ୟବସ୍ଥା କରିନାହାଁନ୍ତି ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା ହେଉଛି  । ଅନେକ  ସ୍ଥାନରେ 8  ଜଣ ଛାତ୍ରଛାତ୍ରୀରେ 2 ଜଣ ଶିକ୍ଷକ ଅଛନ୍ତି  ଯାହା ଯଥାର୍ଥ ନୁହେଁ ।

10:02 November 22

ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ ଆରମ୍ଭ

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ସକାଳ ସାଢେ 10 ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗରେ ଆସିଥିବା ମୋସନର ଆଲୋଚନା । ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ ଓ ସୁବ୍ୟବସ୍ଥିକରଣ ମୋସନ ଉପରେ ହେବ ଆଲୋଚନା । ପ୍ରସ୍ତାବ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ ।

Last Updated : Nov 22, 2020, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.