ETV Bharat / city

ଡରାଇଲାଣି କୋରୋନା, ବାତିଲ ହେବ କି ପଞ୍ଚାୟତ ନିର୍ବାଚନ

author img

By

Published : Jan 6, 2022, 9:51 AM IST

ତ୍ରିସ୍ତରୀୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପାଦେ ପାଦେ ଆଗଉଥିବାବେଳେ କୋରୋନା ଦୁଇ ପାଦେ ଆଗକୁ ବଢୁଛି । ନିର୍ବାଚନୀ ତାରିଖ ଘୋଷଣା ହେବା ଉପରେ ହେଲେ କୋରୋନା ଏଥିରେ ପ୍ରତିବନ୍ଧକ ସାଜିପାରେ । ନିର୍ବାଚନ ବାତିଲ ହେବା ନେଇ ଆଶଙ୍କା ଉପୁଜିଛି । ଅଧିକ ପଢନ୍ତୁ

ଡରାଇଲାଣି କୋରୋନା
ଡରାଇଲାଣି କୋରୋନା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ଡରାଇଲାଣି କୋରୋନାର ତୃତୀୟ ଲହର । ତ୍ରିସ୍ତରୀୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପାଦେ ପାଦେ ଆଗଉଥିବା ବେଳେ କୋରୋନା ଦୁଇ ପାଦେ ଆଗକୁ ବଢୁଛି । ନିର୍ବାଚନୀ ତାରିଖ ଘୋଷଣା ହେବା ଉପରେ ହେଲେ କୋରୋନା ଏଥିରେ ପ୍ରତିବନ୍ଧକ ସାଜିପାରେ । ନିର୍ବାଚନ ବାତିଲ ହେବା ନେଇ ଆଶଙ୍କା ଉପୁଜିଛି ।

କିଛିଦିନ ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହା ଭିତରେ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୭ ତାରିଖରେ ନିର୍ବାଚନ ଆୟୋଗଙ୍କ ପାଖରେ ସଂରକ୍ଷଣ ତାଲିକା ପହଞ୍ଚିବ ତା ପରେ ୧୦ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ତାପରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ।

ଏହା ବି ପଢନ୍ତୁ...Panchayat Election: ଜିଲ୍ଲାପାଳଙ୍କୁ ତଥ୍ୟ ମାଗିଲେ ନିର୍ବାଚନ ଆୟୋଗ

କୋରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ନିର୍ବାଚନ କିପରି ସମ୍ଭବ ତାହା ଆଶଙ୍କାରେ ରହିଛି । ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ ଏବଂ ଗତକାଲିରୁ ବୁଥକୁ ଭୋଟ ବାକ୍ସ ପଠାଯାଇଛି। ପ୍ରାର୍ଥୀମାନଙ୍କୁ ଦଳୀୟ ଚିହ୍ନ ବି ମିଳି ସାରିଛି। ତେବେ ବାତିଲ ହୋଇ ଯିବକି ନିର୍ବାଚନ ଏ ନେଇ ରାଜନୈତିକ ଦଳମାନେ ଏବେ ଚିନ୍ତାରେ ।

ଏହା ବି ପଢନ୍ତୁ...Panchayat Election: ଆସନ୍ତା 10ରେ ସର୍ବଦଳୀୟ ବୈଠକ ଡାକିଲେ EC

ପ୍ରକାଶ ଥାଉ କି ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୯୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୦ ଲକ୍ଷ ୫୯ ହଜାର ୭୭୩ରେ ପହଞ୍ଚିଛି ମୋଟ ସଂକ୍ରମଣ ମାମଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.