ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା ବାତିଲ କରାଯାଇଥିଲା। ହେଲେ ମୂଲ୍ୟାଙ୍କନକୁ ନେଇ କୌଣସି ନିଷ୍କର୍ଷ ବାହାରୁନଥିବା ବେଳେ ଆଜି ସିବିଏସଇ ମୂଲ୍ୟାଙ୍କନ ଫର୍ମୁଲା ପ୍ରକାଶ କରିଛି। ହେଲେ ସିଏଚଏସଇର ମୂଲ୍ୟାଙ୍କନ କେବେ ପ୍ରକାଶ ପାଇବ ଏନେଇ ନିଆଯାଇନି କୌଣସି ନିଷ୍ପତ୍ତି ।
ମାଟ୍ରିକ ପରୀକ୍ଷାକୁ ନେଇ ଯୁକ୍ତ ଦୁଇର ହେବ ମୁଲ୍ୟଙ୍କନ । ଏହାକୁ ନେଇ ସ୍ୱାଗତ କରିଛନ୍ତି ଛାତ୍ର ଛାତ୍ରୀ । ତେବେ ମାଟ୍ରିକ ପରୀକ୍ଷା ରାଜ୍ୟସ୍ତରୀୟ ପରୀକ୍ଷା ହେଉଥିବା ବେଳେ ଏହି ଶ୍ରେଣୀର ମାର୍କକୁ ନେଇ ଦ୍ୱାଦଶ ମାର୍କର ମୁଲ୍ୟଙ୍କନ କରାଯାଉଥିବାରୁ ଏହାକୁ ନେଇ ଦ୍ଵନ୍ଦରେ ରହିଥିଲେ ଛାତ୍ର ଛାତ୍ରୀ। ଅନ୍ୟପଟେ ଏପର୍ଯ୍ୟନ୍ତ ସିଏଚଏସଇର କୌଣସି ବିଜ୍ଞପ୍ତି ପ୍ରକାଶ ହୋଇନଥିବା ବେଳେ ଯୁକ୍ତ ଦୁଇ ମାର୍କକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ।
ଆଜି ସିବିଏସଇର ଦ୍ୱାଦଶ ପରୀକ୍ଷା ଫଳର ଫର୍ମୁଲା ପ୍ରକାଶ ପାଇଛି । ତେବେ ଏହାକୁ ନେଇ ସିବିଏସଇ ଛାତ୍ରୀ କହିଛନ୍ତି ଯେ ମାର୍କ ଦେବାରେ ପକ୍ଷପାତିତା ନହେଉ। ଯେଉଁମାନେ ମାଟ୍ରିକରେ ଭଲ ନମ୍ବର ରଖି ପାସ କରିଥିବେ ସେମାନଙ୍କ ପକ୍ଷରେ ଯୁକ୍ତ ଦୁଇ ପାଇଁ ଭଲ ମାର୍କ ମିଳିବ କିନ୍ତୁ ଯେଉଁ ମାନଙ୍କର କମ ମାର୍କ ରହି ଯୁକ୍ତ ଦୁଇରେ ଅଧିକ ଚେଷ୍ଟା କରିଥାନ୍ତି ସେମାନଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। ଯାହା ବି ମାର୍କ ଦିଆଯାଉ ସବୁବେଳେ ଛାତ୍ର ଛାତ୍ରୀଙ୍କ ପକ୍ଷରେ ଆସୁ । ଏହି ସମୟରେ ଏଭଳି କିଛି ନହେଉ ଯାହା ପିଲାଙ୍କ ମନରେ ଅଧିକ ଦ୍ଵନ୍ଦ ସୃଷ୍ଟି କରିବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ସିବିଏସଇର ମାର୍କ ପ୍ରୋସେସକୁ ନେଇ ରାୟ ପ୍ରକାଶ ପାଇଥିଲା । ସିବିଏସଇ ମୁଲ୍ୟଙ୍କନ ପାଇଁ 30-30-40 ମାର୍କ ଯୋଡ଼ାଯିବ। ଯାହା ଦଶମ ଏକାଦଶ ଓ ଦ୍ୱାଦଶର ପ୍ରଦର୍ଶନକୁ ନେଇ କରାଯିବ ମୁଲ୍ୟାଙ୍କନ । ଯେହେତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ହାତରେ ସବୁକିଛି ରହୁଛି, ତେବେ କିଛି ମାର୍କରେ ସେମାନେ ପାତର ଅନ୍ତର ନକରି ସମସ୍ତ ପିଲାଙ୍କୁ ଉପଯୁକ୍ତ ମାର୍କ ଦିଅନନ୍ତୁ ବୋଲି କହିଛନ୍ତି ଅଭିଭବାକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଠିଭି ଭାରତ