ETV Bharat / city

ହତ୍ଯାପରେ ସ୍ବାମୀକୁ ଅଳିଆରେ ପୋଡି ନିଆଁ ପୋଉଥିଲା ପତ୍ନୀ

author img

By

Published : Dec 23, 2020, 8:52 PM IST

ବାଲିପାଟଣା ଥାନା ବନମାଳିପୁର ନିଧି ଗିରି ନିଖୋଜ ଘଟଣାର ପର୍ଦ୍ଦାଫାସ । ବ୍ୟକ୍ତିଙ୍କ ସ୍ତ୍ରୀ ତାଙ୍କୁ ତିନି ମାସ ହେଲା ହତ୍ୟା କରି ଅଳିଆରେ ପୋଡି ନିଆ ପୋଉଥିଲା ସ୍ତ୍ରୀ । ଅଧିକ ପଢନ୍ତୁ...

ହତ୍ଯାପରେ ସ୍ବାମୀକୁ ଅଳିଆରେ ପୋଡି ନିଆଁ ପୋଉଥିଲା ପତ୍ନୀ
ହତ୍ଯାପରେ ସ୍ବାମୀକୁ ଅଳିଆରେ ପୋଡି ନିଆଁ ପୋଉଥିଲା ପତ୍ନୀ

ଭୁବନେଶ୍ବର: ସ୍ତ୍ରୀର ବର୍ବର କାଣ୍ଡ । ନିଜ ସ୍ବାମୀକୁ ହତ୍ୟା କରି ବାରି ପଛ ପଟେ ଅଳିଆରେ ପୋଡି ନିଆଁ ପୋଉଥିଲା ସ୍ତ୍ରୀ । ଏହି ଜଘନ୍ୟ ହତ୍ୟାକାଣ୍ଡକୁ ସମ୍ପର୍କରେ କେହି ନ ଜାଣିବା ପାଇଁ ଦୀର୍ଘ ତିନି ମାସ ଧରି ଅଳିଆ ଗଦାରେ ଲୁଚାଇ ରଖିଥିଲା ସ୍ବାମୀର ଅସ୍ଥି । ଏପରିକି ହତ୍ୟାପରେ ସ୍ବାମୀ ନିଖୋଜର ନାଟକ ରଚିଥିଲା ସ୍ତ୍ରୀ । ଭୁବନେଶ୍ବର ବାଲିପାଟଣା ଥାନା ବନମାଳିପୁରରେ ଜଣେ ସ୍ତ୍ରୀ ଏଭଳି ଲୋମହର୍ଷଣକାରୀ ଘଟଣା ଭିଆଇଛି । ଦୀର୍ଘ ତିନିମାସ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ସମ୍ପୃକ୍ତ ମହିଳାଙ୍କୁ କମିଶନରେଟ ପୋଲିସ ଗରିଫ କରିଛି ।

ସୂଚନା ମୁତାବକ, ଗତ ସେପ୍ଟମ୍ବର ମାସରେ ବନମାଳିପୁରର ନିଧି ଗିରିଙ୍କୁ ପାରିବାରିକ କହଳ ପାଇଁ ହତ୍ୟା କରିଥିଲା ସ୍ତ୍ରୀ ଲିଲି । ପରେ କେହି ଜାଣି ଦେବା ଭୟରେ ବାରିପଟେ ଅଳିଆ ଗଦାରେ ଲୁଚାଇ ଫିନାଇଲ ପକାଇ ଦେଇଥିଲେ । ପରେ ସୁବିଧା ଦେଖି ଅଳିଆ ପୋଡିବା ବାହାନାରେ ସ୍ବାମୀର ଅସ୍ଥିକୁ ପୋଡୁଥିଲେ ।

ନିଧିଙ୍କ ନିଖୋଜ ଘଟଣା ଜଣାପଡିବା ପରେ ବ୍ୟକ୍ତିଙ୍କ ଜ୍ବାଇଁ ପୋଲିସରେ ଅଭିଯୋଗ କରିବାକୁ ଚାହୁଁଥିବା ବେଳେ ଏଥିରେ ଶାଶୁ ରାଜି ନ ହେବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଆଉ ଶେଷରେ ପଚରାଉଚରା ପରେ ପତିହନ୍ତା ସ୍ତ୍ରୀ ସତ ମାନିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମାଂସ ହାଡ ଜବତ କରିଛି ଏବଂ ଘଟଣାର ଅଧିକ ଖୋଳତାଡ କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.