ETV Bharat / city

ରାଜ୍ୟ ସରକାରଙ୍କୁ ମୋହନ ମାଝୀଙ୍କ ଆକ୍ରମଣ: ଜଗା ଟଙ୍କାରେ କିଏ ୟୁରୋପ ଯାଇଥିଲା ? - ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ

ୟେସ୍ ବ୍ୟାଙ୍କରେ କଳିଆ ଟଙ୍କା ଜମା ହେବାପରେ ମିଳିଥିବା କମିଶନ ଅର୍ଥରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସନ ଓ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ୟୁରୋପ ଭ୍ରମଣରେ ଯାଇଥିଲେ । ଏହି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ? ପଢନ୍ତୁ ଖବର

Mahon majhi
Mahon majhi
author img

By

Published : Mar 12, 2020, 6:21 PM IST

Updated : Mar 13, 2020, 7:51 AM IST

ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ 545 କୋଟି ଟଙ୍କା ରଖିବା ପ୍ରସଙ୍ଗକୁ ନେଇ ଗୁରୁବାର ବିଧାନସଭାରେ ମୁଲତବୀ ଆଲୋଚନା ପ୍ରସଙ୍ଗରେ ଭାଗନେଇ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୋହନ ଅର୍ଥମନ୍ତ୍ରୀଙ୍କୁ ଜବାବ ମାଗି କହିଛନ୍ତି, ୟେସ୍ ବ୍ୟାଙ୍କରେ ଶ୍ରୀ ଜଗନ୍ନାଥଙ୍କ 545 କୋଟି ଟଙ୍କାର ସ୍ଥିତି କଣ ? କେତେ ସୁଧ ମିଳିବ ? ଟଙ୍କା କେବେ ଫେରିବ ? ତାହା ଲଖିତ ଭାବେ ମନ୍ତ୍ରୀ ଉତ୍ତର ରଖନ୍ତୁ ।

ଜଗା ଟଙ୍କାରେ କିଏ ଇଉରୋପ ଯାଇଥିଲା?

ୟେସ୍ ବ୍ୟାଙ୍କରେ ଟଙ୍କା ହେରଫେର ନେଇ ସବିଆଇ ତଦନ୍ତ କରୁଛି । ତେଣୁ ସରକାର ଶ୍ରୀମନ୍ଦିର ଟଙ୍କା ରଖିବା ପ୍ରସଙ୍ଗକୁ ମଧ୍ୟ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ କୁହନ୍ତୁ । ଏହାସହ ଯେଉଁ ଅର୍ଥ ହେରଫେର ହୋଇଛି ସେ ସବୁର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା କରନ୍ତୁ । ଏହାସହ ଗୃହ କମିଟି ମଧ୍ୟ ଗଠନ କରିବାକୁ ମୋହନ ଦାବି କରିଛନ୍ତି । ସରକାରଙ୍କୁ ଆହୁରି କୋଠର ଭାଷାରେ ଆକ୍ରମଣରେ ମୋହନ କହିଛନ୍ତି, 2018 ମସିହା ସରକାରଙ୍କ ତାଲିକାରେ ୟେସ୍ ବ୍ୟାଙ୍କ ନଥିଲା। 2019ରେ କେମିତି ଅଯୋଗ୍ୟ ବ୍ୟାଙ୍କ ଯୋଗ୍ୟତା ହାସଲ କଲା ? ଡିସେମ୍ବର ମାସରୁ ୟେସ୍ ବ୍ୟାଙ୍କ ଦେବାଳିଆ ହେଲାଣି, କେମିତି ସରକାର ଜାଣିପାରିଲେନି ? ତିରୁପତି ମନ୍ଦିର 13 ଶହ କୋଟି ଟଙ୍କା ଉଠାଇପାରିଲା । ହେଲେ ଶ୍ରୀମନ୍ଦିର ପ୍ରଶାସନର ଅସୁବିଧା କଣ ହେଲା ?

ଆଲୋଚନା କାଳରେ ସଂଗୀନ ଅଭିଯୋଗ ଆଣି ମୋହନ କହିଛନ୍ତି, ୟେସ୍ ବ୍ୟାଙ୍କରେ ଟଙ୍କା ରଖି ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ୟୁରୋପ ଭ୍ରମଣରେ ଯାଇଛନ୍ତି । ୟୁରୋପ ଯିବା କଥା ଉଠେଇଲେ ବୋଲି ଅର୍ଥନୈତିକ ସବ କମିଟିରୁ ମାଧବ ମହାପାତ୍ରଙ୍କୁ ହଟାଯାଇଛି । ସରକାରଙ୍କ ଉପରେ ଆହୁରି ଶକ୍ତ ଆକ୍ରମଣ କରି ମୋହନ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିଜୟ ସାହୁ ଯୁକ୍ତି ରଖିଥଲେ ମାର୍ଚ୍ଚରେ ଟଙ୍କା ଜମାର ସମୟ ଶେଷ ହେଉଥିବାରୁ ୟେସ୍ ବ୍ୟାଙ୍କରେ ଥିବା ଟଙ୍କା ଉଠାଯିବ । ବିଜୟ ସାହୁ କିଏ ? ତାଙ୍କୁ ଅଖଣ୍ଡ କ୍ଷମତା ଦେଲା କିଏ ? ଗୁରୁକୂଳ ଫାଇଲ ସହ ସବୁ ଫାଇଲ ତାଙ୍କ ପାଖକୁ କାହିଁକି ଯାଉଛି ? ବିଜୟ ଓ ପ୍ରଦୀପ୍ତ ୟୁରୋପ ଗସ୍ତରେ ଯାଇଥିଲେ ନା ନାହିଁ ? ବିଜୟ କଳାପାହାଡ ସାଜିଛନ୍ତି । ଶ୍ରୀମନ୍ଦିର ଟଙ୍କାଙ୍କୁ ଚଳୁ କରିବାକୁ ସୁ-ଚିନ୍ତିତ ଯୋଜନା ହୋଇଛି । ବିଜୟ ଏକ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ସ୍କୁଲରେ ଭିକେ ପଣ୍ଡିଆନଙ୍କ ପୁଅ ପଢୁଛନ୍ତି । ଯେଉଁଥି ପାଇଁ ତାଙ୍କୁ ରାଷ୍ଟ୍ରୀମନ୍ତ୍ରୀ ପାହ୍ୟା ଦିଆଯାଇଛି କି ? ବୋଲି ପ୍ରଶ୍ନ କରିଛନ୍ତି ମୋହନ ।

ତେଣୁ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଅର୍ଥ କେବେ ଫେରାଇ ଆଣିବେ ଓ ଦୋଷୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର ସ୍ପଷ୍ଟ କରନ୍ତୁ ବୋଲି ମୋହନ ମାଝୀ ଦାବି କରିଛନ୍ତି । ଅନ୍ୟପଟେ ବିଧାନସଭାରେ ଆଶ୍ବାସନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ୟେସ୍ ବ୍ୟାଙ୍କ ଉପରେ ନଜର ରଖିଛନ୍ତି । ଯେତେବେଳେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଚାହିଁଲେ ସେତେବେଳେ ରିର୍ଜଭ ବ୍ୟାଙ୍କ ମନା କଲା । ତେଣୁ ରାଜ୍ୟବାସୀ ନିଶ୍ଚିତ ରୁହନ୍ତୁ ମହାପ୍ରଭୁଙ୍କ ଟଙ୍କା ନିଶ୍ଚିତ ଫେରିବ । ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ 3ଟି ଆକାଉଣ୍ଟରେ ଟଙ୍କା ଅଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 13, 2020, 7:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.