ETV Bharat / city

ନବୀନଙ୍କ ପରେ କିଏ ହେବେ ରାଜ୍ୟ ମୁଖ୍ୟମନ୍ତ୍ରୀ ? ମୁହଁ ଖୋଲିଲେ ଦାମ - ଓଡିଶା ରାଜନୀତି

ବିଜୁ ପଟ୍ଟନାୟକଙ୍କୁ ମନେ ପକାଇ ଦାମ କହିଛନ୍ତି ନବୀନ ପଟ୍ଟନାୟକଙ୍କୁ କିଏ ଜାଣିଥିଲା ? ବିଜୁ ବାବୁଙ୍କ ଅନ୍ତେ ଆମ ମାନଙ୍କ ଅନୁରୋଧକ୍ରମେ ନବୀନ ଓଡିଶା ଆସିଲେ । ପରବର୍ତ୍ତୀ ସମୟରେ ଜଣେ ବିଚକ୍ଷଣ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ତେଣୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବା ନବୀନଙ୍କ ଉତ୍ତରାଧିକାରୀ କିଏ (who is next successor to cm Naveen Patnaik ) ହେବେ ତାହାର ଭବିଷ୍ୟତବାଣି କରିବା ସମୟ ନୁହେଁ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 19, 2022, 10:13 PM IST

Updated : Aug 19, 2022, 10:52 PM IST

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଯଥେଷ୍ଟ ସମୟ ରହିଛି । ଆସନ୍ତା ନିର୍ବାଚନରେ ଶାସନ ଗାଦି ଅକ୍ତିଆର ପାଇଁ ବିଜେପି ଓ କଂଗ୍ରେସ ନିଜ ନିଜ ସଂଗଠନ ସଜାଡିବାରେ ଲାଗିଛନ୍ତି । ଶାସକ ବିଜେଡି ମଧ୍ୟ ପଛରେ ପଡିନାହିଁ । ଦଳ ଆସନ୍ତା ନିର୍ବାଚନରେ ନିର୍ବାଚନ ଫଳାଫଳକୁ ଏକ ତରଫା କରିବା ପାଇଁ ରଣନୀତି ଆରମ୍ଭ କରିଛି । ଏପରି ସ୍ଥଳେ ଆଗାମୀ ସାଧାରଣ ନିର୍ବାଚନ ଯୋରଦାର ଲଢେଇ ହେବା ନିଶ୍ଚିତ । କିନ୍ତୁ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ନବୀନ ନା ଆଉ କିଏ ? ବିଜେଡି କ୍ଷମତା ବଜାୟ ରଖିବ ନା ସରକାର ପରିବର୍ତ୍ତନ ହେବ ?

ନବୀନଙ୍କ ପରେ କିଏ ହେବେ ରାଜ୍ୟ ମୁଖ୍ୟମନ୍ତ୍ରୀ

ଠିକ ଏତିକି ବେଳେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟକୁ ନେଇ ଏବେ ଯୋରଦାର ଚର୍ଚ୍ଚା । ଦାମୋଦର ରାଉତ କହିଛନ୍ତି ନବୀନ ଏକାକି ଶାସନ ଭାର ଭଲ ଭାବେ ତୁଲାଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବି ଭଲ ଅଛି । ତାଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ କଥା ଭଗବାନ ହିଁ ସ୍ଥିର କରିବେ ।

ବିଜୁ ପଟ୍ଟନାୟକଙ୍କୁ ମନେ ପକାଇ ଦାମ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ କିଏ ଜାଣିଥିଲା ? ବିଜୁ ବାବୁଙ୍କ ଅନ୍ତେ ଆମ ମାନଙ୍କ ଅନୁରୋଧକ୍ରମେ ନବୀନ ଓଡିଶା ଆସିଲେ । ପରବର୍ତ୍ତୀ ସମୟରେ ଜଣେ ବିଚକ୍ଷଣ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ତେଣୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବା ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ତାହାର ଭବିଷ୍ୟତବାଣି କରିବା ସମୟ ନୁହେଁ । ନବୀନଙ୍କ ଶାସନ ସରି ନାହିଁ । ତେବେ ଓଡିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ । ଏଠି କିଏ ହେବେ ଶାସନକର୍ତ୍ତା ଜଗନ୍ନାଥ ସ୍ଥିର କରିବେ ବୋଲି ଦାମୋଦର ରାଉତ କହିଛନ୍ତି ।

ହେଲେ ଦାମୋ ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେଇ ନଥିଲେ ବି ସରକାରକୁ ସମାଲୋଚନା କରିଛନ୍ତି । ଶାସନତନ୍ତ୍ରରେ ମନ୍ତ୍ରୀମାନଙ୍କ କ୍ଷମତା କମି କମି ଯାଉଥିବା ପୁଣି ଥରେ ଅଭିଯୋଗ କରିଛନ୍ତି । ବିଶେଷ କରି ବର୍ତ୍ତମାନର ବନ୍ୟା ସ୍ଥିତିରେ ସରକାର କିପରି ହାତବାନ୍ଧି ବସିଛନ୍ତି ସେ କଥା ଉଠାଇଛନ୍ତି । କହିଛନ୍ତି ଆନ୍ଧ୍ର ପୋଲାଭରମ ପ୍ରକଳ୍ପ କରିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ମାଲକାନଗିରିରେ । ମୋଟୁ ଅଞ୍ଚଳରେ 10 ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ଏହାସହ ହୀରାକୁଦ ତଳମୁଣ୍ଡ ମହାନଦୀରେ ବ୍ୟାରେଜ ନିର୍ମାଣ ନହୋଇପାରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ଜଳ ବିବାଦ ଘନେଇବାରେ ଲାଗିଛି । ଯାହାର ଦୁର୍ଦ୍ଦଶା ଭୋଗୁଛନ୍ତି ରାଜ୍ୟବାସୀ ବୋଲି ଦାମ କହିଛନ୍ତି । ପରୋକ୍ଷରେ ଗତ 22 ବର୍ଷରେ ସରକାର ଦୀର୍ଘ ମିଆଦି ଯୋଜନା କରିନଥିବା ଦାମ କହିଛନ୍ତି ।

ଅନ୍ୟପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଓଡିଶାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାର ନିଷ୍ପତ୍ତି ସମ୍ଭବତଃ କର୍ପୋରେଟ ସେକ୍ଟର ନେବେ । ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ତାହା ଦଳ ଘୋଷଣା କରିପାରୁ ନାହିଁ । ବିଜେଡିରୁ ବି ନବୀନଙ୍କ ପରେ କିଏ ତାହା ଅସ୍ପଷ୍ଟ । କଂଗ୍ରେସର ମଧ୍ୟ ମୁଖ୍ୟମନ୍ତ୍ରୀ ଚେହେରା, ଜାନକୀଙ୍କ ପରେ ଆଉ କେହି ନାହାନ୍ତି । ତେଣୁ ଓଡିଶାରେ ପୁଞ୍ଜିନିବେଶ କରୁଥିବା କର୍ପୋରେଟ ସେକ୍ଟର ହିଁ ନିଷ୍ପତ୍ତି ନେବେ ନବୀନଙ୍କ ପରେ କିଏ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ।"

ତେବେ ବର୍ତ୍ତମାନର ସ୍ଥିତି ଯାହା ବିଜେଡିକୁ ମୁକାବିଲା କରିବା ପାଇଁ କଂଗ୍ରେସ ବିଜେପି ପାଖରେ ସେତିକି ଶକ୍ତି ସାମର୍ଥ୍ୟ ନାହିଁ । ଯଦି ଏହି ସ୍ଥିତି ଲାଗି ରୁହେ, ବିଜେଡି ବିନା ଦ୍ବିଧାରେ ଶାସନ ବଜାୟ ରଖିବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ଆସନ୍ତା ନିର୍ବାଚନର ଫଳାଫଳ କଣ ହେବ ତାହା ସମୟ କହିବ ।

ଭୁବନେଶ୍ୱରରୁ ଲାଲ ମୋହନ ପଣ୍ଡା, ଇଟିଭି ଭାରତ

Last Updated : Aug 19, 2022, 10:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.