ETV Bharat / city

କଂଗ୍ରେସ ବିଧାୟକଙ୍କ ପ୍ରଶ୍ନ; କେବେ ସରିବ ସାଇନ୍ସ ପାର୍କ ନିର୍ମାଣ

author img

By

Published : Nov 16, 2019, 5:48 PM IST

ଓଡିଶାରେ ବିଜ୍ଞାନ ପାର୍କ ନିର୍ମାଣକୁ ନେଇ ପ୍ରଶ୍ନକାଳରେ ଜବାବ ମାଗିଲେ ଜୟପୁର ବିଧାୟକ ତାରା ବାହିନୀପତି । 5 ବର୍ଷ ତଳେ ଜୟପୁରରେ ବିଜ୍ଞାନ ପାର୍କ ପାଇଁ ଜମି ଦିଆଯାଇଥିଲେ ମଧ୍ୟ ଏଯାବତ୍ କାମ ଆରମ୍ଭ ହୋଇନାହିଁ ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ବର୍ଷ ବର୍ଷ ଧରି ଜୟପୁରରେ ପ୍ରତିଷ୍ଠା ହୋଇପାରିନି ସାଇନ୍ସ ପାର୍କ । ଗତ 5 ବର୍ଷ ଧରି ଜୟପୁର ବିଧାୟକ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ ପ୍ରଶ୍ନ କରୁଥିବାବେଳେ ଉତ୍ତର ବି ସମାନ ପାଉଛନ୍ତି । ଶନିବାର ବିଧାନସଭା ପ୍ରଶ୍ନକାଳରେ ତାରା ବାହିନୀପତି ଏହି ଅଭିଯୋଗ କରିଛନ୍ତି ।

ଅଭିଯୋଗରେ ସେ ଏହା ମଧ୍ୟ କହିଛନ୍ତି ଯେ, 'ରାଜ୍ୟରେ ଓରେଡା ନାମକ ଏକ ସଂସ୍ଥା ଅଛି । ଯାହା କେବଳ ନାଁକୁ ମାତ୍ର ରହିଛି । ଏଥିରେ ପର୍ଯ୍ୟାପ୍ତ କର୍ମଚାରୀ ନଥିବାବେଳେ ନିଯୁକ୍ତ ଥିବା ଜଣେ ମାତ୍ର କର୍ମଚାରୀଙ୍କୁ 8ରୁ 10ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ସେହିପରି ଜୟପୁରରେ ବିଜ୍ଞାନ ପାର୍କ ପାଇଁ 5 ବର୍ଷ ତଳେ ଜମି ଦିଆଯାଇଥିଲେ ମଧ୍ୟ ଏଯାବତ୍ କାମ ଆରମ୍ଭ ହୋଇନାହିଁ' ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

କଂଗ୍ରେସ ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ରଖିଥିଲେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି, ରାଜ୍ୟ ସରକାର ସବୁ ଜିଲ୍ଲାରେ ବିଜ୍ଞାନ ପାର୍କ ପ୍ରତିଷ୍ଠା କରିବେ । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ପୁରୀ ବଲାଙ୍ଗୀର, ସୁନ୍ଦରଗଡ, ଜଗତସିଂହପୁର, ବାଲେଶ୍ବର ଏହି 10ଟି ଜିଲ୍ଲାରେ ବିଜ୍ଞାନ ପାର୍କ ପ୍ରତିଷ୍ଠା କରିବେ । ଏଥିପାଇଁ ଉକ୍ତ ଜିଲ୍ଲାରେ 5 ଏକର ଲେଖାଏଁ ଜମି ଚିହ୍ନଟ ହୋଇ ଚୂଡାନ୍ତ ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହାସହ ପ୍ରତି ବିଜ୍ଞାନ ପାର୍କ ନିର୍ମାଣ ପାଇଁ 6 କୋଟି 50 ଲକ୍ଷ ଲେଖାଏଁ ଟଙ୍କା ମଧ୍ୟ ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ

Intro:x

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.