ETV Bharat / city

ଉପକୂଳରେ କମୁଛି ତାତି, ୧୨ରେ ବର୍ଷା ସମ୍ଭାବନା

author img

By

Published : Mar 10, 2021, 10:43 PM IST

ଉପକୂଳରେ କମୁଛି ତାତି, ୧୨ ତାରିଖରୁ ବଜ୍ରପାତ ସହ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ଗୁରୁବାର ମଧ୍ୟରେ ପାଗ ଶୁଖିଲା ରହିବ । ଅଧିକ ପଢନ୍ତୁ...

wheather update of odisha
ଉପକୂଳରେ କମୁଛି ତାତି, ୧୨ରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉପକୂଳରେ କମୁଛି ତାତି,୧୨ ତାରିଖରୁ ବଜ୍ରପାତ ସହ ବର୍ଷା ସମ୍ଭାବନା । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରରୁ ସୂଚନା ଦିଆଯାଇଛି ।

ଉପକୂଳରେ କମୁଛି ତାତି, ୧୨ରେ ବର୍ଷା ସମ୍ଭାବନା

ଉପକୂଳ ଓଡିଶାରେ ତାପମାତ୍ରା କମିଛି,ଫଳରେ ତାତି ମଧ୍ୟ କମିଛି । ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ରହିଛି । ଆସନ୍ତା ୨୪ ଘଣ୍ଟା,ଗୁରୁବାର ମଧ୍ୟରେ ପାଗ ଶୁଖିଲା ରହିବ । ୧୨ ତାରିଖର ଝାରସୁଗୁଡା,ବରଗଡ଼,ସୁନ୍ଦରଗଡ,ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୧୩ ତାରିଖରେ ସୁନ୍ଦରଗଡ଼,ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା। ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୯.୦ ଡିଗ୍ରୀ ଏବଂ ଫୁଲବାଣୀ ଓ ସୁନ୍ଦରଗଡରେ ୧୭ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.