ETV Bharat / city

ତାତିରୁ ତ୍ରାହି ଦେଲା କାଳବୈଶାଖୀ ବର୍ଷା

କାଳବୈଶାଖୀ ଝଡ ବର୍ଷା ନେଇ ରାଜ୍ୟର ୧୬ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସବୁ ସ୍ଥାନରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଆଳିବାଗରେ ଲ୍ୟାଣ୍ଡଫଲ କରିଛି । ଅଧିକ ପଢନ୍ତୁ...

author img

By

Published : Jun 3, 2020, 9:12 PM IST

wheather-update-decleate-by-imd-bbsr
କମିଲା ତାତି,କାଳବୈଶାଖୀ ପ୍ରଭାବରେ ବର୍ଷା

ଭୁବନେଶ୍ବର: ପ୍ରାକ ମୌସୁମୀ ବର୍ଷା । ପ୍ରତିବର୍ଷ ୧୧ ଜୁନରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରେ । ଫଳରେ ବର୍ଷା ହେବାର ସମ୍ଭାବନା ରହିଛି । ବିହାରରୁ ଛତିଶଗଡ଼ ମଧ୍ୟରେ ଏକ ଟ୍ରଫ ଲାଇନ ରହିଛି ଏହାର ପ୍ରଭାବରେ କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସବୁ ସ୍ଥାନରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି ।

କମିଲା ତାତି,କାଳବୈଶାଖୀ ପ୍ରଭାବରେ ବର୍ଷା

କାଳବୈଶାଖୀ ଝଡ ବର୍ଷା ନେଇ ରାଜ୍ୟର ୧୬ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବରଗଡ଼,ଅନୁଗୁଳ,ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼,ମୟୁରଭଞ୍ଜ, ବାଲେଶ୍ବର,ଭଦ୍ରକ, ଢେଙ୍କାନାଳ ଓ କଟକ ରହିଛି । ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୁରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ବର୍ଷ ସଠିକ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ। ଆସନ୍ତା ୭ ତାରିଖରୁ ରାଜ୍ୟର ବର୍ଷାର ପରିମାଣ ବଢିବ । ଅନ୍ୟପଟେ ଆରବ ସାଗରରେ ଏକ ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଆଳିବାଗରେ ଲ୍ୟାଣ୍ଡଫଲ କରିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ଲାଗିରହିଛି ।

ଗତ ୨୪ ଘଣ୍ଟା ରେ ସାରା ରାଜ୍ୟରେ କାଳବୈଶାଖୀ ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ଯାଜପୁର ଜିଲ୍ଲାର କୋରେଇରେ ସର୍ବାଧିକ ୮୯.୪ମିମି ବର୍ଷା ରେକର୍ଡ କରାଯାଇଛି ।ସେହିପରି କନ୍ଧମାଳ ଜିଲ୍ଲାର ଟିକାବାଲିରେ ୬୬.୦ମିମି,ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ୬୨.୦ମିମି ବର୍ଷା ରେକର୍ଡ ହୋଇଛି।ତାପମାତ୍ରା ପ୍ରାୟ ସବୁ ସ୍ଥାନରେ କମିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ କମ ରହିଛି ତାପମାତ୍ରା । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୮.୦ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସବୁ ଜିଲ୍ଲାରେ ୪୦ ରୁ କମ ତାପମାତ୍ରା ରହିଛି ।ଭୁବନେଶ୍ବରରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.